www.samajalive.in
Saturday, December 6, 2025
23.1 C
Bhubaneswar

‘ପୁଷ୍ପା-୨’: ପୁଣି ଧମାଲ୍‌ ମଚାଇବାକୁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା’ର ଅବିଶ୍ବସନୀୟ ସଫଳତା ପରେ ଏବେ ଏହାର ଦ୍ବିତୀୟ ଭାଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି, ଯାହା ଉତ୍ତର ଭାରତୀୟ ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରିପୋର୍ଟ ମୁତାବକ, ଚଳଚ୍ଚିତ୍ରର ଦ୍ବିତୀୟ ଭାଗକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ନିର୍ମାତା ଫିଲ୍ମର ଦ୍ବିତୀୟ ଭାଗକୁ ଉତ୍ତର ଭାରତୀୟ ଦର୍ଶକଙ୍କୁ ଫୋକସ୍‌ରେ ରଖି ନିର୍ମାଣ କରିବେ। ତେଣୁ ପୁଷ୍ପାର ଦ୍ବିତୀୟ ଭାଗରେ ଉତ୍ତର ଭାରତ ସହ ଜଡ଼ିତ କାହାଣୀ ଦେଖିବାକୁ ମିଳିପାରେ। ଯଦିଓ ଏନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଯଦି ଫିଲ୍ମକୁ ଉତ୍ତର ଭାରତ ଏବଂ ବଲିଉଡ ଦର୍ଶକଙ୍କଠାରୁ ମିଳିଥିବା ସଫଳତା ଦୃଷ୍ଟିରୁ ଦେଖାଯାଏ ତେବେ ଏହା ଘଟିବା କିଛି ଆଶ୍ଚର୍ଯ୍ୟକର ନୁହେଁ।

ଏହାବ୍ୟତୀତ ଚଳଚ୍ଚିତ୍ରର ନାମ ‘ପୁଷ୍ପା ଦି ରୁଲ୍‌’ ରଖାଯାଇଥିବା ଜଣାପଡ଼ିଛି। ଚଳଚ୍ଚିତ୍ରର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି କିନ୍ତୁ ଏବେ ଉତ୍ତର ଭାରତୀୟ ମୋଡ଼ ଆସିଥିବାରୁ ନିର୍ମାତା ସ୍କ୍ରିପ୍ଟରେ କିଛିଟା ପରିବର୍ତ୍ତନ କରିବାକୁ ଚିନ୍ତା କରିଛନ୍ତି, ଯଦ୍ବାରା ଫିଲ୍ମର ପ୍ରଭାବ ବିସ୍ତାର ହେବ। ସେହିପରି ଫିଲ୍ମର ଦ୍ୱିତୀୟ ଭାଗରେ ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରରେ କିଛି ପରିବର୍ତ୍ତନ କରାଯାଇଛି। ଏଥିରେ ପୁଷ୍ପାଙ୍କର କିଛି ଭିନ୍ନ ଅବତାର ଦେଖିବାକୁ ମିଳିବ। ଅପରପକ୍ଷେ ଚଳଚ୍ଚିତ୍ରର କଳାକାରମାନଙ୍କ ବିଷୟରେ କହିବାକୁ ଗଲେ, ଏଥିରେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମଣ୍ଡାନାଙ୍କ ବ୍ୟତୀତ କିଛି ଲୋକପ୍ରିୟ କଳାକାର ନଜର ଆସିବେ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories