www.samajalive.in
Monday, December 8, 2025
16.1 C
Bhubaneswar

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ‘ଦି କାଶ୍ମୀର ଫାଇଲ୍ସ’

ମୁମ୍ବଇ :  ମାର୍ଚ୍ଚ ୧୧ରେ ରିଲିଜ୍‍ ହୋଇଥିବା ଚଳଚ୍ଚିତ୍ର ‘‘ଦି କାଶ୍ମୀର ଫାଇଲ୍ସ’ ଏବେ ଦେଶରେ ବେଶ ପ୍ରଶଂସା ସାଉଁଟୁଛି। ଏହା ରିଲିଜ୍ ହେବା ସହିତ ଚଳଚ୍ଚିତ୍ରଟି ଅନେକ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା, ପ୍ରେକ୍ଷାଳୟରେ ଏହା ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ବିବାଦ ଘେରି ରହିଥିଲା । ମାତ୍ର ଚଳଚ୍ଚିତ୍ରଟି ରିଲିଜ୍ ହେବା ଦିନଠାରୁ ଆଶା କରାଯାଉଥିବା ଠାରୁ ଭଲ ପ୍ରଦର୍ଶନ କରୁଛି । ଏହି କ୍ରମରେ, ଚଳଚ୍ଚିତ୍ରଟି ରବିବାର ଦିନ ଏହାର ବକ୍ସ ଅଫିସରେ ଏକ ନୂତନ ସ୍ଥାନ ହାସଲ କରିଛି ।
ରବିବାର ଏହାର ରେକର୍ଡକୁ ଦୃଷ୍ଟି ରଖି କୁହାଯାଉଛି, ବିବେକ ଅଗ୍ନିହୋତ୍ରୀଙ୍କ ଏହି ଚଳଚ୍ଚିତ୍ର ଛୁଟିଦିନର ସମ୍ପୂର୍ଣ୍ଣ ଲାଭ ପାଇଛି । ଏହି ଚଳଚ୍ଚିତ୍ର ରବିବାର ଦିନ ପ୍ରାୟ ୧୪ କୋଟି ଆୟ କରିଛି। ରବିବାର ହୋଇଥିବା ଆୟ ପରେ ଏହା ନିଜେ ହିଁ ନିଜର ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛି। କରୋନା ପରେ ଏହା ପ୍ରଥମ ସୁପରହିଟ୍‍ ଚଳଚ୍ଚିତ୍ର ବୋଲି କୁହାଯାଉଛି।
୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ୩.୨୫ କୋଟି ଆୟ କରିଥିଲା। ଶନିବାର ଦିନ ଏହା ୧୦୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୮.୨୫ କୋଟି ଆୟ କରିଥିଲା। ଏହାପରେ ରବିବାର ସମସ୍ତ ରେକର୍ଡ ଭାଙ୍ଗି ସବୁ ବିବାଦ ଓ ସମାଲୋଚନା ପରେ ୧୪ କୋଟି ଟଙ୍କା ସଂଗ୍ରହ କରିଛି।
ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଜାତୀୟ ପୁରସ୍କାର ବିଜେତା ପଲ୍ଲବୀ ଜୋଶୀ, ପ୍ରକାଶ ବେଲାୱଡ଼ି, ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ଭାଷା ସୁମ୍ବଲୀ, ଚିନ୍ମୟ ମଣ୍ଡଲେକର, ପୁନୀତ ଇସର, ମୃଣାଳ କୁଲକର୍ଣ୍ଣୀ, ଅତୁଲ ଶ୍ରୀବାସ୍ତବ ଓ ପୃଥ୍ବୀରାଜ ସରନାଇକଙ୍କ ଭଳି ଅନେକ ଲୋକପ୍ରିୟ କଳାକାର ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ କାଶ୍ମୀରୀ ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରର କାହାଣୀ ଦେଖିବାକୁ ମିଳିଛି। ଏହା ବ୍ୟତୀତ ବିବେକ ଅଗ୍ନିହୋତ୍ରୀ ଏବଂ ସୌରଭ ପାଣ୍ଡେଙ୍କ ସହ-ଲିଖିତ ଚଳଚ୍ଚିତ୍ରରେ ଧାରା ୩୭୦ ରୁ କାଶ୍ମୀରର ଇତିହାସ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories