www.samajalive.in
Tuesday, December 9, 2025
26.1 C
Bhubaneswar

ଏହି ଏୟାରଲାଇନ୍ ଆଣିଲା ଅଫର୍, ବସ୍ ଭଡାଠୁ ଶସ୍ତାରେ ଯାତ୍ରା କରୁଛନ୍ତି ଯାତ୍ରୀ

ନୂଆଦିଲ୍ଲୀ: ସାଧାରଣତଃ କୌଣସି ଦୂର ସ୍ଥାନକୁ କମ୍ ସମୟରେ ଯାତ୍ରା କରିବାକୁ ହେଲେ ଲୋକମାନେ ବିମାନରେ ଯାତ୍ରା କରନ୍ତି । କାରଣ ବସ୍ ବା ଟ୍ରେନ୍ ଅପେକ୍ଷା ବିମାନରେ କମ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିହୁଏ । କିନ୍ତୁ ବିମାନର ଯାତ୍ରା କରିବା ବହୁତ ମହଙ୍ଗା ହୋଇଥାଏ । ତେବେ ଗତ କିଛି ବର୍ଷ ହେବ ଏୟାରଲାଇନ୍ସ କମ୍ପାନୀମାନେ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଅଫର୍ସ ନେଇଆସୁଛନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ମାତ୍ର ୧୦୦ ଟଙ୍କାରେ ବିମାନରେ ଯାତ୍ରା କରିହେବ ତେବେ ଆପଣ କ’ଣ ବିଶ୍ବାସ କରିବେ ? ବିଶ୍ବାସ କରନ୍ତୁ କି ନକରନ୍ତୁ, ଏହା ସମ୍ପୂର୍ଣ୍ଣ ସତ । ଆସନ୍ତୁ ଜାଣିବା ଏମିତି ଏକ ଅଫର୍ ସମ୍ପର୍କରେ…

ଫ୍ଲାଇଟ୍ ବୁକିଂ ସାଇଟ୍ skyscanner ରେ ଏନେଇ ସୁବିଧା ରହିଛି । ଏଥିରେ ଏଲାୟନ୍ସ ଏୟାର ନିଜ ଯାତ୍ରୀଙ୍କୁ ସିଲଙ୍ଗରୁ ଗୌହାଟୀ ମଧ୍ୟରେ ଯାତ୍ରା କରିବା ପାଇଁ ଫ୍ଲାଇଟ୍ ଟିକେଟ୍ ମାତ୍ର ୧୦୦ ଟଙ୍କା ରଖିଛି । ଅଲଗା ଅଲଗା ବୁକିଂ ସାଇଟରେ ଏହାର ଦାମ୍ ୧୦୦ ଟଙ୍କାରୁ ୪୦୦ ଟଙ୍କା ମଧ୍ୟରେ ରହିଛି । ସ୍କାଏଜକ୍ୟାନର ଜଣାଇଛି କି ଯାତ୍ରାରେ ଯାତ୍ରୀଙ୍କୁ ୧୦୦ ଟଙ୍କାରେ ବିମାନ ଟିକେଟ୍ ମିଳୁଛି । ସେହିଭଳି ହାପିଫେୟାର୍ସରେ ଏହି ଟିକେଟ୍ ୨୮୫ ଟଙ୍କାରେ ମିଳୁଛି ।

- Advertisement -

କହିରଖୁଛୁ ଶିଲଙ୍ଗରୁ ଗୌହାଟୀ ମଧ୍ୟରେ ଦୂରତା ୯୦ କିଲୋମିଟର । ଯଦି ଏହି ଦୂରତା ଆପଣ ବସରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ପ୍ରାୟ ୨୮୫ ଟଙ୍କା ଦେବାକୁ ପଡିପାରେ । କିନ୍ତୁ ଏଲାୟନ୍ସ ଏୟାରର ଏହି ଅଫରରେ ଯାତ୍ରୀ ମାତ୍ର ୧୦୦ ଟଙ୍କାରେ ଯାତ୍ରା ପୁରା କରିପାରିବେ ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories