www.samajalive.in
Friday, December 12, 2025
14.1 C
Bhubaneswar

ଯାଞ୍ଚ ହେବ ସିନେମା ହଲ ସୁରକ୍ଷା ବ୍ୟବସ୍ଥା : ପୁଲିସ ମହାନିର୍ଦେଶକ

ଭୁବନେଶ୍ୱର : ମହାରାଜା ସିନେମା ହଲରେ ଶନିବାର ସାମ୍ବାଦିକଙ୍କୁ ମାଡ଼ ଘଟଣା ପରେ ସିନେମା ହଲରେ ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠିଛି। ହଲ ମାଲିକମାନେ କେବଳ ନିଜ ସମ୍ପତ୍ତିର ସୁରକ୍ଷା କଥା ଚିନ୍ତା କରୁଥିଲା ବେଳେ ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରୁଛନ୍ତି। ତେବେ ଶନିବାରର ଘଟଣା ପରେ ରାଜ୍ୟର ସମସ୍ତ ସିନେମା ହଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ରାଜଧାନୀର ସିନେମା ହଲରେ ଦର୍ଶକଙ୍କ ସୁରକ୍ଷା ଲାଗି କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ନେଇ ଯାଞ୍ଚ ହେବ ବୋଲି ଡ. ଶର୍ମା କହିଛନ୍ତି। ମହିଳା ଓ ଯୁବତୀମାନେ ସିନେମା ହଲ୍‌କୁ ଆସିଥିବାରୁ ସେମାନଙ୍କ ପାଇଁ କଣ ସୁରକ୍ଷା ଅଛି। ଅଧିକାଂଶ ସିନେମା ହଲ୍‌ରେ ଘରୋଇ ସୁରକ୍ଷା କର୍ମୀଙ୍କୁ ନିେୟାଜିତ କରାଯାଇଛି। କିନ୍ତୁ ସେମାନେ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛନ୍ତି। କମିସନରଟ ପୁଲିସ ପକ୍ଷରୁ ହଲ୍‌ର ମାଲିଙ୍କ ସହ ଆଲୋଚନା କରାଯିବ ଯେ ସିନେମା ହଲ୍‌ରେ ଦର୍ଶକଙ୍କ ସୁରକ୍ଷା ପାଇଁ କଣ ଆବଶ୍ୟକ ସେ ଦିଗରେ ଏକ ମାର୍ଗଦର୍ଶିକା ଜାରି କରାଯିବ। ଏଠାରେ ସୂଚନାେଯାଗ୍ୟ  େଯ ପୂର୍ବରୁ ରାଜଧାନୀର ସିନେମା ହଲ୍‌ ମାଲିକଙ୍କୁ ଗାଇଡ୍‌ଲାଇନ୍‌ ଦିଆଯିବା ସହ ସେହି ଅନୁସାରେ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା। ଏବେ ସେଗୁଡିକର ସମୀକ୍ଷା କରିବାର ସମୟ ଆସିଛି ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories