www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ତାନ ଜନ୍ମ ପୂର୍ବରୁ ଆୟ କରୁଥିଲେ ବି ପତ୍ନୀଙ୍କୁ ଭରଣପୋଷଣ ମନା କରାଯାଇପାରିବ ନାହିଁ

ନୂଆଦିଲ୍ଲୀ: ପତ୍ନୀ ଯଦି ଶିକ୍ଷିତା ହୋଇଥାନ୍ତି ବା ସନ୍ତାନ ଜନ୍ମ ପୂର୍ବରୁ ରୋଜଗାର କରୁଥାନ୍ତି; ତେବେ ଏହି କାରଣରୁ ତାଙ୍କୁ ଭରଣପୋଷଣରୁ ବଞ୍ଚିତ କରାଯାଇପାରିବ ନାହିଁ। ପତ୍ନୀ ଯଦି ସନ୍ତାନ ପ୍ରସବ ବା ଯତ୍ନ ପାଇଁ ଚାକିରି ଛାଡ଼ିଥାନ୍ତି; ତାହାହେଲେ ପତି ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ। ଏପରି ମତ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜଣେ ବ୍ୟକ୍ତି ଛାଡ଼ପତ୍ର ମାମଲାରେ ପତ୍ନୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ଭରଣପୋଷଣ ଦେବା ପାଇଁ ପରିବାର ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାର ବିଚାର ସମୟରେ ବିଚାରପତି ସ୍ବର୍ଣ୍ଣ କାନ୍ତ ଶର୍ମା ଉପରୋକ୍ତ ମତ ଦେଇଛନ୍ତି।

ଆବେଦନକାରୀ ଦର୍ଶାଇଥିଲେ ଯେ ପତ୍ନୀ ଜଣେ ଶିକ୍ଷୟିତ୍ରୀ। ସେ ମାସିକ ୪୦ରୁ ୪୫ହଜାର ଟଙ୍କା ଦରମା ପାଇବା ସହ ଟ୍ୟୁସନ୍‌ରୁ ଆୟ କରୁଛନ୍ତି; ତେଣୁ ତାଙ୍କୁ ଭରଣପୋଷଣ ଦେବା ଦରକାର ନାହିଁ। ଏହାର ଜବାବରେ ପତ୍ନୀ ଦର୍ଶାଇଥିଲେ ଯେ ଶିଶୁପୁତ୍ରର ଯତ୍ନ ପାଇଁ ସେ ପରିବାରରେ ଏକା; ତେଣୁ ଏବେ ରୋଜଗାର କରିବାକୁ ସକ୍ଷମ ନୁହନ୍ତି। ସନ୍ତାନ ପାଇଁ ସେ ଚାକିରି ଛାଡ଼ିଛନ୍ତି। ଏକାକୀ ସନ୍ତାନର ଲାଳନପାଳନ ଓ ଚାକିରି ସମ୍ଭବ ହେଉନାହିଁ। ତା’ଛଡ଼ା ପୂର୍ବ ରୋଜଗାର ଆଳରେ ତାଙ୍କୁ ଭରଣପୋଷଣରୁ ବଞ୍ଚିତ କରାଯାଇପାରିବ ନାହିଁ। ବିଚାରପତି ଶର୍ମା ୨୦୨୧ର ସୁପ୍ରିମକୋର୍ଟ ରାୟ ଆଧାରରେ ମହିଳାଙ୍କ ଯୁକ୍ତିକୁ ଗ୍ରହଣ କରିବା ସହ ପରିବାର ଅଦାଲତ ରାୟକୁ ଗ୍ରହଣ କରିଥିଲେ। ସମ୍ପୃକ୍ତ ମହିଳା ଜଣେ ଅତିଥି ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାରୁ ଏହା ସ୍ଥାୟୀ ରୋଜଗାର ନୁହେଁ; ତେଣୁ ଆଇନଜୀବୀ ସ୍ବାମୀ ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ବୋଲି ରାୟ ଦେଇଥିଲେ। ସ୍ବାମୀଙ୍କ ଆୟ ଅନୁସାରେ ଏହା ଧାର୍ଯ୍ୟ ହେବା ଉଚିତ ବୋଲି ବିଚାରପତି ସ୍ପଷ୍ଟ କରିଥିଲେ ଏବଂ ଏହା ଧାର୍ଯ୍ୟ କରିବା ପାଇଁ ପରିବାର ଅଦାଲତକୁ ଦାୟିତ୍ବ ଦେଇଥିଲେ। ପୁନଶ୍ଚ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ପତ୍ନୀଙ୍କୁ ପ୍ରତି ମାସର ୧୦ତାରିଖ ସୁଦ୍ଧା ମାସିକ ୭୫୦୦ ଓ ସନ୍ତାନ ପାଇଁ ମାସିକ ୪୫୦୦ ଟଙ୍କା ପ୍ରଦାନ ପାଇଁ ବିଚାରପତି ଆବେନକାରୀଙ୍କୁ ନିର୍ଦେଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories