ପାକିସ୍ତାନ ଗାୟକ ଅଲି ଜଫରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

0

ଇସଲାମାବାଦ : ପାକିସ୍ତାନର ଲୋକପ୍ରିୟ ଗାୟକ ତଥା ଅଭିନେତା ଅଲି ଜଫରଙ୍କ ନାମରେ ସେଠାକାର ଗାୟିକା ମିଶା ସଫି ଯୌନ ଶୋଷଣ ଅଭିଯୋଗ କରିଛନ୍ତି । ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ଅଲି ଜଫର ଅନେକ ଥର ତାଙ୍କୁ ଯୌନ ଶୋଷଣ କରିଛନ୍ତି । ଚୁପ୍‌ ରହିବାକୁ ତାଙ୍କ ବିବେକ୍‌ ବାଧା ଦେବାରୁ ସେ ଶେଷରେ ଏହି କଥା କହିଛନ୍ତି । ମୋ ଭଳି ପ୍ରତିଷ୍ଠିତ ମହିଳା ଯଦି ଏଭଳି ଶୋଷଣର ଶିକାର ହେଉଛି ତେବେ ଏହା ଅନ୍ୟ କୌଣସି ମହିଳାଙ୍କ ସହ ଘଟିପାରେ ବୋଲି ସେ କହିଛନ୍ତି । ଦୁଇ ସନ୍ତାନର ମା’ ହେବା ପରେ ବି ମୋ ସହ ଏପରି ଘଟିଛି। ଯୌନ ଶୋଷଣରୁ କୌଣସି ମହିଳା ସୁରକ୍ଷିତ ନୁହେଁ । ଆମ ସମାଜରେ ଏଭଳି ଘଟଣା ବିଷୟରେ ସ୍ୱର ଉଠାଇବକୁ ସଂକୋଚ ମନେକରୁ ଆଉ ଏହା ଯୌନ ଶୋଷଣକୁ ପ୍ରସୟ ଦେଇଥାଏ ବୋଲି ସେ ଉଲ୍ଲେଖ କରିଛନ୍ତି ।

Leave A Reply