ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଅବକାରୀ ବିଭାଗ ଦ୍ୱାରା ସିମୁଳିଆ ଥାନା ଜାମୁଝାଡ଼ି ପଞ୍ଚାୟତ ଝାଟିଆମାଳ ଗ୍ରାମରେ ଚଢଉ କରାଯାଇଛି। ଅଭିଯୁକ୍ତମାନେ ଦେଶୀ ମଦ ତିଆରି ପାଇଁ ୫୦୦ ଟିଣରେ ମଦ ପୋଚକୁ ଲୁଚାଇ ରଖିଥିଲେ। ଅବକାରୀ ବିଭାଗ ପୋଚ ଜବତ କରିବା ସହ ମଦ ତିଆରି ସରଞ୍ଜାମ ମଧ୍ୟ ଜବତ କରିଥିଲେ। ସୂଚନା ଅନୁଯାୟୀ, ମୋବାଇଲ ସ୍କ୍ୱାର୍ଡ଼ର ସୁପରିଟେଣ୍ଡେଣ୍ଟଙ୍କର ନିର୍ଦ୍ଦେଶ କ୍ରମେ ସୋର ଅବକାରୀ ସବ-ଇନ୍ସିପେକ୍ଟର କୁଳମଣି ମହାରଣା ଏବଂ ଅନ୍ୟାନ୍ୟ କର୍ମୀ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି ମଦ ତିଆରି ପୋଚ ଜବତ କରିଥିଲେ। ମଦ ତିଆରି କରୁଥିବା ଅଭିଯୁକ୍ତମାନେ ଫେରାର ଅଛନ୍ତି।
Popular Categories



