www.samajalive.in
Saturday, December 6, 2025
15.1 C
Bhubaneswar

ଅକ୍ଷୟ ତୃତୀୟା ୨୦୨୦: ଆସନ୍ତାକାଲି ଅକ୍ଷୟ ତୃତୀୟା, ଜାଣନ୍ତୁ କାହିଁକି ଏହି ଦିନ ସ୍ୱତନ୍ତ୍ର

ମୁହୂର୍ତ୍ତ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ହେଉଛି ଆବୁଝା ମୁହୁର୍ତ୍ତ ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ। ଅର୍ଥାତ୍ ଯେଉଁ ତିଥିର ସବୁ ସମୟରେ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ କରିହେବ ଏବଂ କୌଣସି ସମୟକୁ ବିବେଚନା କରାଯିବ ନାହିଁ, ତାହାକୁ ଆବୁଝା ମୁହୁର୍ତ୍ତ କିମ୍ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଏ। ଏପ୍ରିଲ ୨୬ ରବିବାର ହେଉଛି ସେହି ପବିତ୍ର ମୁହୂର୍ତ୍ତ। ଏହି ଦିନ ଦାନ,ଧର୍ମ ଏବଂ ଶୁଭ କାର୍ଯ୍ୟ କରିବା ଦ୍ବାରା ଅକ୍ଷୟ ଫଳ ବା ସୌଭାଗ୍ୟ ପ୍ରାପ୍ତି ହୁଏ। ତେବେ ଆସନ୍ତୁ ଜାଣିବା ଏହି ଅକ୍ଷୟ ତୃତୀୟା ପର୍ବର ମହତ୍ତ୍ବ…..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ରମା ଉଚ୍ଚ ରାଶିରେ ରହିଥାଆନ୍ତି। ଯେଉଁଥିପାଇଁ ଏହି ଦିନର ମହତ୍ତ୍ବ ଆହୁରି ବଢିଯାଇଥାଏ।

- Advertisement -

– ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମ ତିଥି। ଏହାକୁ ପର୍ଶୁରାମ ଜୟନ୍ତୀ ବୋଲି ମଧ୍ୟ କୁହାଯାଏ।

– ବିଶ୍ୱାସ କରାଯାଏ ଯେ, ବୈଶାଖ ମାସର ଶୁକ୍ଲ ପକ୍ଷ ତିଥିରେ ମାତା ଗଙ୍ଗାଦେବୀ ଧରା ପୃଷ୍ଠରେ ଅବତାରଣ କରିଥିଲେ।

-ଅକ୍ଷୟ ତୃତୀୟା ତିଥିରେ ସତ୍ୟଯୁଗ ଏବଂ ତ୍ରେତୟାଯୁଗ ର ଆରମ୍ଭ ହୋଇଥିଲା।

-ଅକ୍ଷୟ ତୃତୀୟା ତିଥିରେ ଦାନ କରିବା ଶୁଭ ହୋଇଥାଏ। ଏହି ଦିନ ପବିତ୍ର ନଦୀଗୁଡ଼ିକରେ ସ୍ନାନ କରାଯାଏ।

– ଏହି ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ ଉପାସନା ଦ୍ବାରା ଜୀବନରେ ସୁଖ-ସମୃଦ୍ଧି ଏବଂ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ।

-ଏହି ତିଥିରେ ଚାରି ଧାମ ମଧ୍ୟରୁ ବଦ୍ରିନାଥ ମନ୍ଦିରର କବାଟ ଖୋଲା ରହିଥାଏ।

– ବୃନ୍ଦାବନର ବାଙ୍କ ବିହାରୀ ବିଗ୍ରହ ଚରଣ ଦର୍ଶନ ବର୍ଷକୁ ଥରେ କେବଳ ଅକ୍ଷୟ ତୃତୀୟା ଦିନ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories