ଯାଜପୁର : ରାଜ୍ୟରେ ଶନିବାର ଆଉ ୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ହୋଇଥିବା ନେଇ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଯାଜପୁର ଜିଲାରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୭ରେ ପହଞ୍ଚିଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି।
#ପୁଣି_୫_ପଜିଟିଭ
ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ
ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ସୂଚନା ଦେଲା ଜିଲ୍ଲା ପ୍ରଶାସନ
ନୂଆ ୫ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରର ମୋଟ ଆକ୍ରାନ୍ତ ସଂଖ୍ୟା ୧୭ରେ ପହଞ୍ଚିଲା— Jajpur District Admn (@JajpurAdmn) April 25, 2020



