ବ୍ୟବସାୟରେ ରୋଲ୍ ମଡେଲ ମହିଳା ଭାବେ ମା’ ସୁଧାଙ୍କୁ ପ୍ରଶଂସା କଲେ ଅକ୍ଷତା ମୂର୍ତ୍ତି

ଡେସ୍କ: ଲଣ୍ଡନର ଡାଉନିଂ ଷ୍ଟ୍ରିଟରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ବ୍ରିଟେନର ପ୍ରଥମ ମହିଳା ଅକ୍ଷତା ମୂର୍ତ୍ତି ତାଙ୍କ ମା’ ସୁଧା ମୂର୍ତ୍ତିଙ୍କୁ ମହିଳାଙ୍କ ପାଇଁ ଆଦର୍ଶ ବୋଲି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ୪୩ ବର୍ଷୀୟା ବ୍ୟବସାୟୀ ପତ୍ନୀ ଶୁକ୍ରବାର ମହିଳା ରୋଲ୍ ମଡେଲ ଏବଂ ଯୁବତୀମାନଙ୍କ ପାଇଁ ବିଜନେସ୍ ଲିଡର୍ସଙ୍କ ସହ ଏକ ପରାମର୍ଶ ଅଧିବେଶନର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ତାଙ୍କର ନିୟମିତ “ଲେସନ୍ସ ଆଟ୍ ୧୦” କାର୍ଯ୍ୟକ୍ରମର ଏକ ଅଂଶ ଥିଲା।

ଦେଖନ୍ତୁ ଭିଡିଓ-୮୭ ବର୍ଷିୟ ଶଶୁରଙ୍କୁ ପିଟି ମହିଳା ଅଧିକାରୀ ଜେଲ୍‌ରେ

ଅକ୍ଷତା କହିଛନ୍ତି, ମୁଁ ଜାଣେ ଯେ ବ୍ୟବସାୟ ଚଳାଇବାରେ କେତେ ଅଦ୍ଭୁତ କାମ ହୋଇଥାଏ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ କ୍ଷେତ୍ରରେ ମୋ ମା’ଙ୍କ ପ୍ରୟାସ ତାଙ୍କୁ ଉଭୟ ଶୈକ୍ଷିକ ଓ ବୃତ୍ତିଗତ ସ୍ତରରେ ସୀମା ଅତିକ୍ରମ କରିବାରେ ସହାୟକ ହୋଇଥିଲା ଏବଂ ବୈଷୟିକ ବିପ୍ଳବରେ ତାଙ୍କୁ ସମର୍ଥନ ଦେଇଥିଲା।

ଦେଖନ୍ତୁ ଭିଡିଓ- ଜଳିକରି ଖସିପଡିଲା ରୁଷ୍‌ର ସୈନ୍ୟ ପରିବହନ ବିମାନ

କମ୍ପ୍ୟୁଟର ବିଜ୍ଞାନରେ କ୍ୟାରିୟର ଆରମ୍ଭ କରିଥିବା ତଥା ଟାଟା ଇଞ୍ଜିନିୟରିଂ ଆଣ୍ଡ ଲୋକୋମୋଟିଭ୍ କମ୍ପାନିରେ ନିଯୁକ୍ତି ପାଇଥିବା ପ୍ରଥମ ମହିଳା ଇଞ୍ଜିନିୟର ସୁଧା ମୂର୍ତ୍ତିଙ୍କୁ ସାମାଜିକ କାର୍ଯ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଗତ ସପ୍ତାହରେ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଅକ୍ଷତା ମୂର୍ତ୍ତି କହିଛନ୍ତି, ମୁଁ ଆଶା କରୁଛି ଯେ ଅନ୍ୟ ମହିଳା ଏବଂ ଝିଅମାନେ ସେମାନଙ୍କ ଆଖପାଖରେ ଥିବା ରୋଲ ମଡେଲମାନଙ୍କ ଠାରୁ ପ୍ରେରଣା ପାଇବେ।

କାମଦେଲା ସୁପ୍ରିମ ଛାଟ, ୨୪ ଘଣ୍ଟାରେ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଷ୍ଟେଟବ୍ୟାଙ୍କ

Comments are closed.