www.samajalive.in
Saturday, December 13, 2025
26.1 C
Bhubaneswar

ଚୋରା କାଠ ବୋଝେଇ ଟ୍ରାକ୍ଟର ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ରସପଡା ଗ୍ରାମରୁ ଆଜି ପୂର୍ବାହ୍ନରେ ପାଟଣା ବନ ବିଭାଗ ଏକ କାଠଗଡ ବୋଝେଇ ଥିବା ନମ୍ବର ନଥିବା ଟ୍ରାକ୍ଟରକୁ ଜବତ କରିଛି। ଗ୍ରାମରେ ଥିବା ସରକାରୀ ଜମିରୁ ଏକ ଶାଳ ଗଛ କଟା ଯାଇଥିବା ସମ୍ପର୍କରେ କୈାଣସି ସୂତ୍ରରୁ ଖବର ପାଇ ପାଟଣା ରେଞ୍ଜର ବନ ବିହାରୀ ସର୍ଦ୍ଦାର, ସାହାରପଡା ବନପାଳ ଭୂପତି ସେଠୀ ଓ ବନ କର୍ମଚାରୀ ସଦଳବଳେ ରସପଡା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବନ ବିଭାଗକୁ ଦେଖି କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବନ ବିଭାଗ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରି ବନ କାର୍ଯ୍ୟାଳୟକୁ ଆଣିଛି। ଜବତ କାଠ ମଧ୍ୟରେ ୬ ଟି ଶାଳ କାଠ ଗଡ ରହିଛି। ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି।‌

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories