ଦେଖନ୍ତୁ ଭିଡିଓ-୮୭ ବର୍ଷିୟ ଶଶୁରଙ୍କୁ ପିଟି ମହିଳା ଅଧିକାରୀ ଜେଲ୍ରେ
ବେଙ୍ଗାଲୁର- କର୍ଣ୍ଣାଟକ ବିଦ୍ୟୁତ ବିଭାଗରେ ଉଚ୍ଚ ପଦସ୍ଥ ମହିଳା ଅଧିକାରୀ ୮୭ ବର୍ଷିୟ ଶଶୁରଙ୍କୁ ଅମାନବୀୟ ଭାବେ ମାଡ ମାରିବା ସହ ଠେଲି ଦେଇ ଆହତ କରିବା ଘଟଣାରେ ଜେଲ୍ ଯାଇଛନ୍ତି । କର୍ଣ୍ଣାଟକ ବିଦ୍ୟୁତ ବୋର୍ଡରେ ଅଧିକାରୀ ଥିବା ଉମାଶଙ୍କରୀ ଏକ ରସ ବଙ୍କୁଲୀବାଡିରେ ନିସ୍ତୁକ ମାଡ ମାରିଥିଲେ । କୌଣସି କଥା ନେଇ ଦୁଇ ଜଣଙ୍କର ଯୁକ୍ତିତର୍କ ହେବାପରେ ଉମାଶଙ୍କରୀ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ବୁଢା ଲୋକ ଜଣଙ୍କ ତାଙ୍କୁ ହାତ ଯୋଡୁଥିବା ବେଳେ ସେ ମାଡ ମାରି ଶେଷରେ ତାଙ୍କୁ ଠେଲି ତଳେ ପକାଇ ଦେଇଥିଲେ । ଏହାପରେ ସେ ପୁଣି ତାଙ୍କୁ ମାଡ ମାରିବା ପାଇଁ ଉଦ୍ୟମ କରିଥିଲେ ।
⚠️Disturbing Visuals
Heartwrenching assault of elderly father-in-law by daughter in law in Mangalore’s Kulasekhara. The culprit here is Umashankari, an officer in KEB in Attawara
pic.twitter.com/spfot36b8I— Ghar Ke Kalesh (@gharkekalesh) March 11, 2024
ଏହି ସବୁର ଘଟଣା ସିସିଟିଭିରେ ରେକର୍ଡ ହୋଇଥିଲା । ୮୭ ବରଷିୟ ପଦ୍ମନାଭ ସୁବର୍ଣ୍ଣଙ୍କ ଝିଅ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ଉମା ଶଙ୍କରୀଙ୍କୁ ଗିରଫକରିବା ସହ ଜେଲ୍ ପଠାଇ ଦେଇଛି । ଉମା ଶଙ୍କରୀଙ୍କ ସ୍ୱାମୀ ବିଦେଶରେ କାର୍ଯ୍ୟ କରନ୍ତି । ବୃଦ୍ଧ ଲୋକ ଜଣଙ୍କ ଗୁରୁତର ହୋଇଥିବା ବେଳେ ଏକ ବେସରକାରୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।
Comments are closed.