ଦେଖନ୍ତୁ ଭିଡିଓ- ଜଳିକରି ଖସିପଡିଲା ରୁଷ୍‌ର ସୈନ୍ୟ ପରିବହନ ବିମାନ

ମସ୍କୋ- ଉଡାଣ ଭରିବାର କିଛି ସମୟ ମଧ୍ୟରେ ରୁଷ୍‌ର ଏକ ସୈନ୍ୟ ପରିବହନ ବିମାନ ଜଳିକରି ଖସି ପଡିଛି । ଦୁର୍ଘଟଣା ସମୟରେ ବିମାନରେ ୧୫ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ରୁଷ୍‌ର ଆଇଏଲ୍‌-୭୬ ବିମାନ ସୈନ୍ୟବାହିନୀ ପାଇଁ ଜରୁରୀ ଥିବା ସାମଗ୍ରୀ ପରିବହନ କରୁଥିଲା ।

ଏଥିରେ ଚାଳକ ଦଳ ସହ ୧୫ ମୋଟ ୧୫ ଜଣ ଯାତ୍ରା କରୁଥିଲେ । ବିମାନର ଗୋଟିଏ ଇଂଜିନରେ ନିଆଁ ଲାଗିଯାଇଥିଲା । ଆକାଶମାର୍ଗରେ ଏହା ଅନେକ ସମୟ ଧରି ଜଳିଥିଲା । ପରେ ଏହା ତଳେ ଖସିପଡିବା ସହ ବିସ୍ଫୋରଣ ହୋଇଥିଲା ସାମାଜିକ ଗଣମାଧ୍ୟମମାନଙ୍କରେ ଭାଇରାଲ ହେଉଥିବା ଭିଡିଓରେ ଏହା ଖସିପଡିଥିବା ସ୍ଥାନରେ ପ୍ରବଳ କଳା ଧୂଆଁ ଉଠୁଥିବା ଦେଖିବା ପାଇଁ ମିଳୁଛି । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।

Comments are closed.