www.samajalive.in
Monday, December 8, 2025
20.1 C
Bhubaneswar

କାମଦେଲା ସୁପ୍ରିମ ଛାଟ, ୨୪ ଘଣ୍ଟାରେ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଷ୍ଟେଟବ୍ୟାଙ୍କ

ଡେସ୍କ: ୯୦ ଦିନ ସମୟ ମାଗିଥିବା ଷ୍ଟେଟ ବ୍ୟାଙ୍କ ମାତ୍ର ୨୪ ଘଣ୍ଟା ମଧ୍ୟରେ ତଥ୍ୟ ଦାଖଲ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଆଜି ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନୀ ବଣ୍ଡ୍ ତଥ୍ୟ ଦାଖଲ କରି ସୁପ୍ରିମକୋର୍ଟଙ୍କ କଠୋର ଆଦେଶ ପାଳନ କରିଛି। ବ୍ୟାଙ୍କର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଏକ ସତ୍ୟପାଠ ପ୍ରଦାନ କରି ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ନିଶ୍ଚିତ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ଏହି ତଥ୍ୟ ସଂଗ୍ରହ କରି ପ୍ରକାଶ କରିବେ। ତଥ୍ୟ ପ୍ରକାଶ ପାଇଁ ମାର୍ଚ୍ଚ ୬ ତାରିଖ ସମୟସୀମା ବୃଦ୍ଧି ପାଇଁ ଏସବିଆଇର ଅନୁରୋଧକୁ ସୋମବାର କୋର୍ଟ ଖାରଜ କରିଦେଇଥିଲେ।

ଚାର୍ଜ ହେଉଥିବା ସମୟରେ ଇ-ସ୍କୁଟର ବ୍ୟାଟେରୀ ବିସ୍ଫୋରଣ, ଭିଡିଓ ଭାଇରାଲ

- Advertisement -

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଂରକ୍ଷିତ ତଥ୍ୟ ସଂଗ୍ରହ, ଯାଞ୍ଚ ଏବଂ ପ୍ରକାଶ କରିବାରେ ଇଚ୍ଛାକୃତ ବିଳମ୍ବ କରିଥିବାରୁ ବ୍ୟାଙ୍କକୁ କଡ଼ା ସମାଲୋଚନା କରିଥିଲେ। ଗୋପନୀୟତା କାରଣରୁ ଏବଂ ପ୍ରକ୍ରିୟାର ଜଟିଳତା ଦର୍ଶାଇ ବ୍ୟାଙ୍କ ଜୁନ୍ ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲା। ବିରୋଧୀ ଦଳଗୁଡିକ ଷ୍ଟେଟ ବ୍ୟାଙ୍କର ଏଭଳି ଆବେଦନକୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ରାଜନୈତିକ ଅଭିସନ୍ଧି ରଖି ଷ୍ଟେଟ ବ୍ୟାଙ୍କ ନୂଆ ସରକାର ଗଠନ ହେବା ପରେ ତଥ୍ୟ ଦେବାକୁ ଚାହିଁବା ପଛରେ ସରକାରଙ୍କ ଯୋଜନା ରହିଛି।

ମରିସସର ବିକାଶ ଯାତ୍ରାରେ ଯୋଗଦାନ ଭାରତର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ – ରାଷ୍ଟ୍ରପତି

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories