www.samajalive.in
Sunday, December 14, 2025
19.1 C
Bhubaneswar

ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ୭୪ ବର୍ଷ ବୟସରେ ପରଲୋକ

ସମାଜ ପୋର୍ଟାଲ ଡେସ୍କ: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଆଜି ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟରରେ ଏହା ଜଣାଇଛନ୍ତି। ମେ’ ୯ରେ ଅଜିତ ଜୋଗୀଙ୍କୁ ହୃଦଘାତ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ମେ’ ୧୦ରେ ସେ କୋମା ଅବସ୍ଥାକୁ ଚାଲି ଯାଇଥିଲେ। ସେତେବେଳେ ଡାକ୍ତରଖାନାର ନିର୍ଦ୍ଦେଶକ ଡାକ୍ତର ସୁନୀଲ ଖେମକା କହିଥିଲେ ଯେ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ମସ୍ତିଷ୍କକୁ ଅମ୍ଳଜାନ ନ ପହଞ୍ଚିବାରୁ ମସ୍ତିଷ୍କରେ କ୍ଷତି ଘଟିଛି।

- Advertisement -

ରାଜନୀତିରେ ଯୋଗଦେବା ପାଇଁ ଯୋଗୀ ଭାରତୀୟ ପ୍ରଶାସନିକ ସେବା ପରିତ୍ୟାଗ କରି ମାରୱାହି ଅଞ୍ଚଳରୁ ବିଧାୟକ ନିର୍ବାଚିତ ହୋଇଥିଲେ। ମଧ୍ୟପ୍ରଦେଶରୁ ଅଲଗା ହେବ ପରେ ୨୦୦୦ ମସିହାରେ ସେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୩ରେ ପ୍ରଥମ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କଂଗ୍ରେସକୁ ପରାସ୍ତ କରିଥିଲା ଓ କଂଗ୍ରେସ ନେତାଙ୍କ ସହ ମତଭେଦ ହେତୁ ଯୋଗୀ ୨୦୧୬ରେ ଜନତା କଂଗ୍ରେସ ଛତିଶଗଡ (ଜେ) ଗଠନ କରି ଏହାର ମୁଖ୍ୟ ପଦ ସମ୍ଭାଳି ଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories