www.samajalive.in
Monday, December 15, 2025
26.1 C
Bhubaneswar

ରାହାଣେ ଓ ପୂଜାରାଙ୍କୁ ଟିମ୍‌ ମ୍ୟାନେଜ୍‌ମେଣ୍ଟର କଡ଼ା ଚେତାବନୀ

ଆଡିଲେଡ୍ : ପ୍ରଥମ ଟେଷ୍ଟମ୍ୟାଚ୍‌ରେ ବିପର୍ଯ୍ୟୟ ପରେ ବ୍ୟାଟ୍‌ସମ୍ୟାନଙ୍କ ଉପ​‌ରେ ବେଶ୍‌ କ୍ଷୁବ୍‌ଧ ହୋଇଛି ଭାରତୀୟ ଦଳ ମ୍ୟାନେଜମେଣ୍ଟ। ୨୬ରୁ ମେଲ୍‌ବୋର୍ଣ୍ଣରେ ୨ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ଦଳର ଦୁଇ ବରିଷ୍ଠ ବ୍ୟାଟ୍‌ସମ୍ୟାନ୍ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଦଳ ମ୍ୟାନେଜ୍‌ମେଣ୍ଟ କଡ଼ା ଚେତାବନୀ ଦେଇଛି। ଉଭୟଙ୍କ ଦକ୍ଷତା ଓ ଅଭିଜ୍ଞତା ଅନୁସାରେ ପ୍ରଦର୍ଶନରେ ଉନ୍ନତି ଆଣିବା ସହ ଦାୟିତ୍ବବାନ ହୋଇ ଖେଳିବାକୁ ପୂଜାରା ଓ ରାହାଣେଙ୍କୁ ପରାମର୍ଶ ଦିଆଯାଇଛି।

ଆଡିଲେଡ୍‌ରେ ୨ୟ ଇନିଂସରେ ଭାରତ ୩୬ ରନ୍‌ରେ ଅଲ୍ଆଉଟ ହୋଇଥିବା ବେଳେ ଉଭୟ ପୂଜାରା ଓ ରାହାଣେ ଖାତା ଖୋଲି ପାରିନଥିଲେ। ୨୦୧୮-୧୯ରେ ଅଷ୍ଟ୍ରେଲିଆ ମାଟିରେ ଭାରତ ସର୍ବପ୍ରଥମ ଟେଷ୍ଟ ସିରିଜ୍ ଜିତିଥିବା ବେଳେ ପୂଜାରା ସର୍ବାଧିକ ରନ୍ ସ୍କୋର୍ କରିଥିଲେ। ହେଲେ ଏହା ପରଠାରୁ ପୂଜାରା ତାଙ୍କ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ପାରିନାହାନ୍ତି। ଚଳିତବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ପୂଜାରା ଭଲ ପ୍ରଦର୍ଶନ କରି ପାରିନଥିଲେ। ପୁଣି ଅଜିଙ୍କ୍ୟ ରାହାଣେ ନିୟମିତ ଭାବେ ପ୍ରଦର୍ଶନ କରି ପାରିନାହାନ୍ତି। ପୁଣି ରାହାଣେଙ୍କୁ ଦଳର ନେତୃତ୍ବ ନେବାର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବାକୁ ହେବ। ଆସନ୍ତା ୩ଟି ଟେଷ୍ଟରେ ଭାରତୀୟ ଦଳର ଭାଗ୍ୟରେ ପରିବର୍ତ୍ତନ ଲାଗି ପୂଜାରା ଓ ରାହାଣେଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories