www.samajalive.in
Sunday, December 14, 2025
23.1 C
Bhubaneswar

ଶୀତରେ ଥରୁଛି ଓଡ଼ିଶା : ଶୀତ ପ୍ରକୋପ ଆହୁରି ୩ଦିନ, ସତର୍କ ରହିବାକୁ ସବୁ ଜିଲାକୁ ନିର୍ଦେଶ

ଭୁବନେଶ୍ବର : ସର୍ବନିମ୍ନ ତାପମାତ୍ରା ଖସିବା ସହିତ ରାଜ୍ୟରେ ଏବେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି। ଫୁଲବାଣୀର ପାରଦ ୪ଡ଼ିଗ୍ରୀ ସେଲସିୟସକୁ ହ୍ରାସ ପାଇଛି। ଚଳିତ ଶୀତଋତୁର ଏହା ଏ ପର୍ଯ୍ୟନ୍ତ ସବୁଠୁ କମ ତାପମାତ୍ରା ଭାବେ ରେକର୍ଡ଼ କରାଯାଇଛି। ପାରଦ ମାତ୍ରାଧିକ ଖସିବା ଫଳରେ ଫୁଲବାଣୀରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ଶିଳ୍ପସହର ଝାରସୁଗୁଡ଼ାରେ ପାରଦ ୬.୮ ଡ଼ିଗ୍ରୀରେ ପହଞ୍ଚିଥିବାବେଳେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ତାପମାତ୍ରା ୬ଡ଼ିଗ୍ରୀକୁ ଖସିଛି। ସେହିପରି ଅନୁଗୋଳରେ ୬.୬, କୋରାପୁଟରେ ୭, ବାରିପଦାରେ ୭.୬, ଭବାନିପାଟଣାରେ ୭.୮ ବଲାଙ୍ଗୀରରେ ୮.୮, ବୌଦ୍ଧରେ ୯, କେନ୍ଦୁଝରରେ ୯.୩, ସୋନପୁରରେ ୯.୪ ଡ଼ିଗ୍ରୀ ସେଲସିୟସ ଥିବା ରେକର୍ଡ଼ କରାଯାଇଛି। ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ଡ଼ିଗ୍ରୀ ତଳେ ଥିବାବେଳେ ୨୮ଟି ପାଣିପାଗ ଷ୍ଟେସନରେ ରେକର୍ଡ଼ ତାପମାତ୍ରା ମଧ୍ୟରୁ  ୨୩ଟି ଷ୍ଟେସନ ଅଞ୍ଚଳରେ ପାରଦ ୧୫ଡ଼ିଗ୍ରୀ ତଳେ ରହିଛି। ଟିଟିଲାଗଡ଼, ହୀରାକୁଦ, ସମ୍ବଲପୁର, ତାଳଚେର ଆଦି ସହର ୧୦ରୁ ୧୧ଡ଼ିଗ୍ରୀ ମଧ୍ୟରେ ଥିବାବେଳେ  କଟକ ଜିଲାରେ ପାରଦ ୧୧ଡ଼ିଗ୍ରୀ ଏବଂ ଚାନ୍ଦବାଲିରେ ୧୧.୨ଡ଼ିଗ୍ରୀକୁ ହ୍ରାସ ପାଇଛି। ଭୁବନେଶ୍ବରର ପାରଦ ୧୨.୩ଡ଼ିଗ୍ରୀ ସେଲସିୟସକୁ ଖସିଥିବା ରେକର୍ଡ଼ କରାଯାଇଛି। ଜାଡ଼ ପ୍ରଭାବ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଚଣ୍ଡ ଶୀତଲହରୀ ଲାଗିରହିଥିବାରୁ କୌଣସି ଅସ୍ବାଭାବିକ ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବା ସହିତ ନିଃସହାୟ, ବାସହରା  ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳ, ରାତ୍ର ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦେଶ ଦେଇଛନ୍ତି।

- Advertisement -

ମୟୂରଭଞ୍ଜ, ଅନୁଗୋଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାରେ ଆସନ୍ତା ୨୪ଘଣ୍ଟାରେ ପ୍ରବଳ ଜାଡ଼ ଲାଗିରହିବ। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଦେବଗଡ଼, ନୂଆପଡ଼ା, ଢ଼େଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କଳାହାଣ୍ଡି ଓ ବରଗଡ଼ରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୩ରେ ମୟୂରଭଞ୍ଜ, ଅନୁଗୋଳ ଓ ବରଗଡ଼ରେ ପ୍ରବଳ ଶୀତ ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଢ଼େଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଓ ଦେବଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୪ରେ ମଧ୍ୟ ୮ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ସର୍ବନିମ୍ନ ତାପମାତ୍ରା ମଙ୍ଗଳବାରଠାରୁ ସାମାନ୍ୟ କମିପାରେ। ବର୍ଷର ଶେଷ ସପ୍ତାହରେ ଥଣ୍ଡାର ପ୍ରକୋପ କମ ରହିପାରେ। ସୋମବାର ରାଜ୍ୟକୁ ଉତ୍ତର ଭାରତରୁ ସିଧା ସଳଖ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ଡ଼ିଗ୍ରୀ କମିବ। ମଙ୍ଗଳବାର କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳରୁ ଓଡ଼ିଶାକୁ ପବନ ବହିବା ସହ ରାତିର ତାପମାତ୍ରା ବଢ଼ିବ ଏବଂ ୨୫ତାରିଖଠାରୁ ଅଧିକ କୁହୁଡ଼ି ଅନୁଭୂତ ହେବ। ମଙ୍ଗଳବାରଠୁ ଗୁରୁବାର ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ଡ଼ିଗ୍ରୀ ବଢ଼ିବ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories