www.samajalive.in
Monday, December 15, 2025
16.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ପାଟଣା : କେନ୍ଦୁଝର ଜିଲ୍ଲା ସ୍ବାମ ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରବିବାର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କୁଟୁମ୍ଵ ପ୍ରବୋଧନ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଂରଞ୍ଜିଆ ରେଜିଷ୍ଟ୍ରାର ଜତିନ୍ଦ୍ର କୁମାର ସେଠୀ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବୌଦ୍ଧିକ ପ୍ରମୁଖ ଖଗେଶ୍ୱର ମହାନ୍ତ, ସମ୍ମାନିତ ଅତିଥି ଅମୃତ ମହୋତ୍ସଵ ଖଣ୍ଡ ସହ ସଂଯୋଜକ ବିରଞ୍ଚି କୁମାର ମହାନ୍ତ, ସହ ସଂଯୋଜକ କାଳୀ ଚରଣ ମହାନ୍ତ, ଖଣ୍ଡକାର୍ଯ୍ୟ ବାହାକ ପିତାମ୍ବର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ନେଇ ଉପସ୍ଥିତ ବକ୍ତାଗଣ ମତ ରଖିଥିଲେ। ଶେଷରେ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ, ଅଭିବାଭକ, ଗୁରୁଜୀ, ଗୁରୁମା ମିଳିତ ଭାବେ ଏକ ଶୋଭାଯାତ୍ରା ରେ ବାହାରି ଭାରତ ମାତା କି ଜୟ ସ୍ଲୋଗାନ ଧ୍ବନିରେ ପାଟଣା ଅଞ୍ଚଳ ପରିକ୍ରମା କରି ଘରେ ଘରେ ତ୍ରିରଙ୍ଗା ଲଗାଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories