www.samajalive.in
Sunday, December 14, 2025
26.1 C
Bhubaneswar

ଲଗାଣ ବର୍ଷାରେ ଭାସିଗଲା କାଲି ପେନୁ ନଦୀରେ ନିର୍ମିତ ଅସ୍ଥାୟୀ କାଠ ପୋଲ

କ ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି l ଏପରି ସ୍ଥିତିରେ ଆଜି ଗୁଞ୍ଜିବାଡ଼ି ପଞାୟତ ବିରିନ୍ଦା ପଡ଼ା ଗ୍ରାମକୁ ସଂଯୋଗ କରୁଥିବା କlଲିପେନୁ ନଦୀ ଉପରେ ଗ୍ରାମବାସୀ ନିର୍ମାଣ କରିଥିବା କାଠ ପୋଲ ଲଗାଣ ବର୍ଷାରେ ଭାସି ଯାଇଛି। ଫଳରେ ୧୫ ୱାର୍ଡ଼ ବିରିନ୍ଦା ପଡ଼ା ଗ୍ରାମରେ ବସ ବାସ କରୁଥିବା ୩୦ ପରିବାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି। ପ୍ରଶାସନ ନିକଟରେ ପୋଲ ନିର୍ମାଣ କରିବା ନିମନ୍ତେ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ କରାଯାଉ ନାହିଁ ଫଳରେ ପ୍ରତ୍ୟକ ବର୍ଷ ଏଭଳି ଲଗାଣ ବର୍ଷାରେ କଲିପେନୁ ନଦୀ ରେ ନିର୍ମାଣ ହୋଇଥିବା ଅସ୍ଥାୟୀ କାଠ ପୋଲ ବନ୍ୟା ଜଳରେ ଭାସି ଭାଙ୍ଗି ଯାଉଥିବା ସମାଜ ସେବି ଉମେଶ ଚନ୍ଦ୍ର ଦିଗାଲ, ଛବିଲାଲ ପ୍ରଧାନ, ପ୍ରକାଶ କରିଛନ୍ତି l ପ୍ରସାଶନ ପକ୍ଷରୁ ତୁରନ୍ତ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପୂର୍ବତନ ସରପଞ୍ଚ ମନୋଜ ମଳିକ, ପୂର୍ବତନ ୱାର୍ଡ଼ମେମ୍ବର ପ୍ରାଣନାଥ ଦିଗାଲ, ୱାର୍ଡ଼ ମେମ୍ବର ପୃଷ୍ଟି ପ୍ରଧାନ, ରଙ୍ଗଲାଲ ପ୍ରଧାନଙ୍କ ସମେତ ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories