www.samajalive.in
Sunday, December 7, 2025
26.1 C
Bhubaneswar

ସିନେତାରକାଙ୍କ ବିଦେଶରେ ଲୋକପ୍ରିୟତା

ଆମ ବଲିଉଡ ଚଳଚ୍ଚିତ୍ର ତାରକାଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନାହିଁ, ବରଂ ବିଦେଶରେ ମଧ୍ୟ ସେମାନଙ୍କ ଆଦର ଖୁବ୍ ଅଧିକ। ଏହାର ପ୍ରମୁଖ ଉଦାହରଣମାନ ହେଲେ:
ପୂର୍ବତନ ବିଶ୍ବସୁନ୍ଦରୀ ଐଶ୍ବର୍ୟ୍ୟା ରାୟ ୨୦୦୫ରେ ନେଦରଲ୍ୟାଣ୍ଡ ଗସ୍ତ ସମୟରେ ଏକ ଫୁଲ ପ୍ରଦର୍ଶନୀରେ ଯୋଗ ଦେଇଥିଲେ। ସ୍ଥାନୀୟ ଆୟୋଜକ ମରିନା ସୁଜେନ୍ ଆମ ଭାରତୀୟ ସୁନ୍ଦରୀଙ୍କ ରୂପରେ ବିମୋହିତ ହୋଇ ଟ୍ୟୁଲିପ୍ ଫୁଲର ଏକ ପ୍ରଜାତିର ନାମ ‘ଐଶ୍ବର୍ୟ୍ୟା’ ରଖିଥିଲେ। ମିଳିଥିବା ତଥ୍ୟ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଏହି ପ୍ରଜାତିର ଟ୍ୟୁଲିପ୍ ସବୁଠୁ ଅଧିକ ସଂଖ୍ୟାରେ ବିକ୍ରି ହୋଇଥାଏ।
ବଲିଉଡ ସୁଲତାନ୍ ସଲମାନ୍ ଖାନ୍ ଅଭିନୀତ ‘ଏକ ଥା ଟାଇଗର୍’ ତୁର୍କୀର ମାର୍ଦିନାରେ ଚାଲିଥାଏ। ସଲମାନ୍ ଓ ତାଙ୍କ ଟିମ୍ ନିକଟସ୍ଥ ଏକ କେଫେକୁ ନିୟମିତ ଯାଉଥିଲେ। କାରଣ କେଫେରେ ବିଭିନ୍ନ ସୁଆଦିଆ ବ୍ୟଞ୍ଜନ ମିଳିବା ସହ ତାହା ସୁଟିଂ ସେଟ୍‌ର ଖୁବ୍ ପାଖରେ ଥିଲା। ଦୈନିକ ସଲମାନ୍ ସେଠାକୁ ଆସିବା ଦେଖି ପାଖଆଖର ଅନ୍ୟ ଲୋକେ ମଧ୍ୟ ଭିଡ଼ ଜମାଇଲେ। ଦିନକେଇଟାରେ କେଫେର ଲୋକପ୍ରିୟତା ବଢ଼ିଗଲା। ‘ଏକ ଥା ଟାଇଗର୍‌’ର ସୁଟିଂ ଶେଷବେଳକୁ କେଫେର ନାମ ପରିବର୍ତ୍ତିତ ହୋଇ ‘ସଲମାନ୍ କେଫେ’ ଏହାର ମାଲିକ ରଖିଲେ।
କାନାଡାର ବ୍ରାମ୍ପଟନ୍ ସହରର ଏକ ସଡ଼କର ନାମ ‘ରାଜକପୁର’ଙ୍କ ନାମ ଅନୁସା​‌େ​‌ର ନାମିତ ହୋଇଛି। ଏଇ ସଡ଼କର ନାମ ‘ରାଜକପୁର କ୍ରିସେଣ୍ଟ’ ରଖାଯାଇଥିଲା।
୨୦୦୪ରେ ବିଗ୍ ଅମିତାଭ ବଚ୍ଚନ ଏକ ସମାରୋହରେ ଯୋଗ ଦେବା ନିମନ୍ତେ ସିଙ୍ଗାପୁର ଯାଇଥିଲେ। ତାଙ୍କ ସମ୍ମାନାର୍ଥେ ଏକ ଅର୍କିଡ୍ ପ୍ରଜାତିର ନାମ ‘ଅମିତାଭ’ ରଖାଯାଇଥିଲା।
୧୯୬୦ ଦଶକ ସମୟରେ ହିନ୍ଦୀ ସିନେଜଗତର ଏକ ପ୍ରମୁଖ ପରିଚୟ ଥିଲେ ଦିଲୀପ କୁମାର। ସେଇ ସମୟରେ ବାନ୍ଦ୍ରାର ଜଣେ ବ୍ୟବସାୟୀ ଦିଲୀପ କୁମାରଙ୍କ ସହ ପରାମର୍ଶ କରିବା ପରେ ହିଁ ତାଙ୍କ ଆଚାରର ନାମ ‘ଦିଲୀପ କୁମାର’ ରଖିଥିଲେ। ତାଙ୍କ ବ୍ୟବସାୟ ସେ ସମୟରେ ହୁହୁ ହୋଇବଢ଼ିଥିଲା କିନ୍ତୁ ପରେ କୌଣସି କାରଣରୁ ଏହି ଆଚାର ବନ୍ଦ ହୋଇଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories