www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ହାତ ମିଳାଇଲେ ନାହିଁ ସୂର୍ଯ୍ୟକୁମାର, ସଲ୍‌ମାନ

ଦୁବାଇ: ଚଳିତ ଏସିଆ କପ୍‌ରେ ଲିଗ୍ ମ୍ୟାଟ୍‌ର ପୁନରାବୃତ୍ତି ସୁପର-୪ ମ୍ୟାଟ୍‌ରେ ମଧ୍ୟ ଦେଖିବାକୁ ମିଳିଛି । ଗତ ରବିବାର ଲିଗ୍ ମ୍ୟାଟ୍‌ରେ ଭାରତୀୟ ଅଧୂନାୟକ ସୁର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ ଅଧୂନାୟକ ସଲମାନ ଆଗା ଟସ୍ ବେଳେ ହାତ ମିଳାଇ ନ ଥିଲେ । ରବିବାର ସୁପର-୪ ମ୍ୟାଟ୍‌ରେ ଟସ୍ ଉପରେ ସମସ୍ତଙ୍କ ନଜର ଥିଲା। ଉଭୟ ଅଧ୍ୟାନାୟକ ହାତ ମିଳାଉଛନ୍ତି କି କି ନାହିଁ ଏହି ପ୍ରଶ୍ନ ସଭିଙ୍କ ମନରେ ଥିଲା । ହେଲେ ଏହି ମ୍ୟାଟ୍‌ରେ ମଧ୍ୟ ସୂର୍ଯ୍ୟକୁମାର ଓ ସଲ୍‌ମାନ ହାତ ମିଳାଇନଥିଲେ । ସୂର୍ଯ୍ୟ ଟସ୍ ଜିତିବା ପରେ ସିଧା ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ପାଖକୁ ଯାଇ କଥା ହୋଇଥିଲେ। ସଲ୍‌ମାନ ତଳକୁ ଚାହିଁ ରହିଥିଲେ। ପରେ ସୂର୍ଯ୍ୟକୁମାର ସିଧା ଚାଲି ଯାଇଥିଲେ। ଦୁଇ ଅଧ୍ୟାନାୟକ ହାତ ମିଳାଇବା ଛାଡ଼ନ୍ତୁ; ପରସ୍ପରଙ୍କୁ ମଧ୍ୟ ଚାହିଁନଥିଲେ। ତେବେ ଲିଗ୍ ମ୍ୟାଚ୍ ପରି ମ୍ୟାଚ୍ ରେଫେରୀ ଆଣ୍ଡର୍‌ ପାଇକ୍ରଫ୍ଟ ହାତ ନ ମିଳାଇବାକୁ କହିଥିଲେ କି ନାହିଁ, ତାହା ଜଣା ପଡ଼ିନାହିଁ ।

ରବିବାର ସୁପର-୪ ମ୍ୟାଟ୍‌ରେ ପାକିସ୍ତାନକୁ ୬ ୱିକେଟ୍‌ରେ ଭାରତ ହରାଇବା ପରେ ଉଭୟ ଦଳର ଖେଳାଳି ପ୍ରଥମ ମ୍ୟାଚ୍ ପରି ପରସ୍ପରଙ୍କ ସହ ହାତ ମିଳାଇ ନଥିଲେ। ଚଳିତ ଏସିଆ କପ୍‌ରେ ହାତ ନ ମିଳାଇବା କ୍ରିକେଟ୍ ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଛି। ରବିବାର ଟସ୍ ପରେ ଦୁଇ ଅଧୂନାୟକ ହାତ ମିଳାଇ ନଥିଲେ। ମ୍ୟାଚ ଶେଷ ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇନଥିଲେ । ହାତ ମିଶାଇବା ପାଇଁ ପାକିସ୍ତାନ ଖେଳାଳି ଭାରତୀୟ ଶିବିରକୁ ଯାଇଥିଲେ ମଧ୍ୟ ସେମାନଙ୍କୁ କେହି ଚାହିଁନଥିଲେ। ଟସ୍ ବେଳେ ସଲ୍‌ମାନ ଆଗାଙ୍କୁ ହାତ ନ ମିଳାଇବାକୁ କହିଥିବା ମ୍ୟାଚ ରେଫରୀ ଜିମ୍ବାୱେର ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ ଦାବି କରିଥିଲା । ପୁଣି ପାକିସ୍ତାନକୁ ହରାଇବା ପରେ ସୂର୍ଯ୍ୟକୁମାର ପହଲଗାଓଁ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନ ଗ୍ରହଣ କରିପାରିନଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories