www.samajalive.in
Saturday, December 6, 2025
26.1 C
Bhubaneswar

ଏୟାରଟେଲର ନୂଆ ଅଫର ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ : ଏୟାରଟେଲ ଆଉଗୋଟିଏ ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରିଛି। ଏୟାରଟେଲର ଏହି ନୂଆ ପ୍ରିପେଡ ପ୍ଳାନର ମୂଲ୍ୟ ୧୮୧ ଟଙ୍କା। ଏହି ପ୍ଳାନରେ ପ୍ରତିଦିନ ୩ ଜିବିର ୨ଜି/୩ଜି/୪ଜି ଡାଟା ସହିତ ଅନଲିମିଟେଡ କଲିଂଗ ମଧ୍ୟ ମିଳିବ। ଏହାର ବୈଧତା ୧୪ଦିନ। ସମୁଦାୟ ଆପଣ ୪୨ଜିବି ଡାଟା ପାଇପାରିବେ।
ଏୟାରଟେଲର ଏହି ୧୮୧ ଟଙ୍କା ପ୍ଳାନରେ ପ୍ରତିଦିନ ୩ଜିବି ଡାଟା ବ୍ୟତୀତ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ମେସେଜ କରିପାରିବେ। ଏହି ପ୍ଳାନର ସବୁଠାରୁ ଖାସ କଥା ହେଉଛି ଏଥିରେ କଲିଂର କିଛି ସିମା ନାହିଁ। ଏଣୁ ସମ୍ପୂର୍ଣ୍ଣ ଅନଲିମିଟେଡ କଲିଂ ମିଳିବ। ଏବେ ଏହି ପ୍ଳାନ ଦିଲ୍ଳୀ ଭଳି କେତୋଟି ଉତ୍ତର ଭାରତର ରାଜ୍ୟ ପାଇଁ ପଲବ୍ଧ ରହିଛି। ଏୟାରଟେଲର ଏହି ପ୍ଳାନର ଟକ୍କର ଜିଓର ୧୯୮ ଟଙ୍କା ପ୍ଳାନ ସହିତ ହେବ। ଯେଉଁଥିରେ ୨ଜିବି ଡାଟା ମିଳିଥାଏ। ଜିଓର ଏହି ପ୍ଳାନର ବୈଧତା ୨୮ ଦିନ।
ଏହା ପୂର୍ବ ସପ୍ତାହରେ ଏୟାରଟେଲ ୧୯୫ ଟଙ୍କାର ଏକ ପ୍ଳାନ ଲଞ୍ଚ କରିଥିଲା। ଯେଉଁଥିରେ ପ୍ରତିଦିନ ୧.୨୫ଜିବି ୨ଜି/୩ଜି/୪ଜି ଡାଟା ମିଳିଥାଏ। ଯାହାର ବୈଧତା ୨୮ଦିନ। ଏହି ପ୍ଳାନରେ ଅନଲିମିଟେଡ କଲିଂର ସୁବିଧା ମଳିଥାଏ କିନ୍ତୁ ଏହି ପ୍ଲାନରେ ମେସେଜର କୌଣସି ସୁବିଧା ନାହିଁ।
ଏହା ପୂର୍ବରୁ ଏୟାରଟେଲ ୧୬୮ଟଙ୍କାର ପ୍ଳାନ ଲଞ୍ଚ କରିଥିଲା। ଯେଉଁଥିରେ ସମସ୍ଥ ନେଟୱର୍କ ଉପରେ ଅନଲିମିଟେଡ କଲିଂ ସହିତ ୨୮ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧୦୦ମେସେଜ କରିପାରିବେ। ଏହା ବ୍ୟତୀତ ଏହି ପ୍ଲାନ ଦ୍ୱାର ରୋମିଂରେ ମଧ୍ୟ ମାଗଣାରେ କଲ କରିପାରିବେ। ଏହାସହିତ ଏହି ପ୍ଲାନରେ ପ୍ରତିଦିନ ୧ଜିବି ୨ଜି/୩ଜି/୪ଜି ଡାଟା ମିଳିଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories