www.samajalive.in
Sunday, December 14, 2025
16.1 C
Bhubaneswar

୩୧ରୁ ଭୁବନେଶ୍ଵରରୁ ବାରାଣସୀକୁ ସିଧାସଳଖ ବିମାନ

ଭୁବନେଶ୍ଵର: କଲକାତାରୁ ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ପରେ ଆସନ୍ତା ୩୧ ତାରିଖରୁ ଭୁବନେଶ୍ଵରରୁ ଉତ୍ତର ପ୍ରଦେଶର ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ କରିବ। ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ୭୦ ଆସନ ବିଶିଷ୍ଟ ବିମାନ ନିୟମିତ ଏହି ରୁଟ୍‌ରେ ଉଡ଼ାଣ କରିବ ବୋଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ଭି.ଭି ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିମାନ ଦିନ ୧୨ଟା ୧୫ରେ ଭୁବନେଶ୍ଵର ଛାଡ଼ି ଅପରାହ୍ନ ୨ଟା ୫ରେ ବାରାଣସୀରେ ପହଞ୍ଚିବ। ଏହା ପରେ ସେଠାରୁ ଅପରାହ୍ନ ୨ଟା ୩୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ଵରରେ ଅବତରଣ କରିବ।

ସୂଚନାଯୋଗ୍ୟ, ଏଲାଏନ୍ସ ଏୟାର ପକ୍ଷରୁ ‘ଉଡ଼ାନ’ ଯୋଜନାରେ ସୋମବାରଠାରୁ କଲାକାତାରୁ ଝାରସୁଗୁଡ଼ାକୁ ବିମାନ ଚଳାଚଳ କରାଯାଇଛି। ପ୍ରଥମ ଦିନରେ ୧୬ ଯାତ୍ରୀ କଲକାତାରୁ ଝାରସୁଗୁଡ଼ା ଆସିଥିବାବେଳେ ଝାରସୁଗୁଡ଼ାରୁ ୨୫ ଯାତ୍ରୀ କଲକାତା ଯାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories