www.samajalive.in
Saturday, December 6, 2025
26.1 C
Bhubaneswar

ଇତିହାସ ରଚିଲେ କେବଳ ମହିଳା ପାଇଲଟ ଦଳ : ଉତ୍ତର ମେରୁ ଦେଇ ଉଡ଼ାଇଲେ ବିମାନ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏକ ୪ ଜଣିଆ ମହିଳା ପାଇଲଟ ଦଳ ବିଶ୍ବର ଦୀର୍ଘତମ ଉଡ଼ାଣ କରୁଛନ୍ତି। ଜାନୁଆରୀ ୯ ରାତି ୯ଟା ୫୦ରେ ସେମାନେ ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରୁ ଏହି ଉଡ଼ାଣ ଆରମ୍ଭ କରି ପ୍ରାୟ ୧୮ଘଣ୍ଟା ପରେ ବେଙ୍ଗାଲୁରୁରେ ପହଞ୍ଚିବେ ବୋଲି ଆକଳନ କରାଯାଇଛି। କ୍ୟାପଟେନ୍‌ ଜୋୟା ଅଗରୱାଲଙ୍କ ନେତୃତ୍ବରେ ଏହି ଚାରି ଜଣିଆ ମହିଳା ବୈମାନିକ ଦଳରେ ତନ୍ମୟୀ ପାପାଗାରି, ଆକାଂକ୍ଷା ସୋନାୱାନେ ଓ ଶିବାଙ୍ଗୀ ମାନହଂସ ସାମିଲ ହୋଇଛନ୍ତି। ସେମାନେ ଉତ୍ତର ମେରୁ ଉପର ଦେଇ ବୋଇଂ-୭୭୭ ଏସ୍‌ଏଫ୍‌ଓ-୨୦୦ ବିଏଲଆର ବିମାନରେ ମୋଟ ୧୬ହଜାର କିଲୋମିଟର ପଥ ଅତିକ୍ରମ କରିବେ। ଏହି ଉଡ଼ାଣ ପଥ ବିଶ୍ବର ଦୀର୍ଘତମ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ବିମାନର ଯାତ୍ରୀ କ୍ଷମତା ୧୨ ବିମାନ କର୍ମଚାରୀଙ୍କ ସହିତ ୨୩୮ ରହିଛି। ଜୋୟାଙ୍କର ଏହା ପ୍ରଥମ ଉଲ୍ଲେଖନୀୟ ଉଡ଼ାଣ ନୁହେଁ। ପୂର୍ବରୁ ୨୦୧୩ରେ ସେ ସର୍ବକନିଷ୍ଠ ମହିଳା ପାଇଲଟ ଭାବେ ବୋଇଂ-୭୭୭ ବିମାନ ଉଡ଼ାଇଥିଲେ। ଏବେ ବିଶ୍ବର ଦୀର୍ଘତମ ପଥ ବିମାନ ଉଡ଼ାଇବା ତାଙ୍କ ପାଇଁ ଏକ ସ୍ବର୍ଣ୍ଣିମ ସୁଯୋଗ ବୋଲି ସେ କହିଛନ୍ତି। ସେ ୮ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇବାର ଅଭିଜ୍ଞତା ରଖିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ କେବଳ ମହିଳା ଚାଳକମାନେ ପଶ୍ଚିମ ରେଳବାଇର ଏକ ମାଲବାହୀ ଟ୍ରେନ୍‌କୁ ମୁମ୍ବଇରୁ ଗୁଜରାତର ଭଦୋଦରା ପର୍ଯ୍ୟନ୍ତ ଚଳାଇ ରେକର୍ଡ ସୃଷ୍ଟି କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories