ଇଂଲଣ୍ଡ: ଏୟାର ଇଣ୍ଡିଆର ଏକ ବିମାନ ଏକ କୋଠାରେ ପିଟି ହୋଇଛି। ଷ୍ଟକହୋମ୍ ଆର୍ଲଣ୍ଡା ବିମାନ ବନ୍ଦରେ ଘଟିଛି ଏହି ଘଟଣା। ତେବେ ସୌଭାଗ୍ୟବଶତଃ ବିମାନରେ ଥିବା ୧୭୯ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିମାନଟି ଅବତରଣ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରି ଟର୍ମିନାଲ୍ ଭିତରକୁ ନିଆଯାଇଥିଲା। ଏହାପୂର୍ବରୁ ତାମିଲନାଡ଼ରୁ ତ୍ରିଚି ବିମାନବନ୍ଦରରୁ ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ବେଳେ ଏକ ଘରର କାନ୍ଥରେ ପିଟି ହୋଇ କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ଏ ସମ୍ପର୍କରେ ପାଇଲଟ୍ ଜାଣିପାରି ନଥିବାରୁ ବିମାନଟି ଆକାଶରେ ତିନିଘଣ୍ଟା ଉଡ଼ିଥିଲା। ବନ୍ଦର କର୍ତ୍ତୃପକ୍ଷ ଏ ସର୍ମ୍ପକରେ ଜାଣିବା ପରେ ବିମାନକୁ ଫେରାଇ ଆଣିବାକୁ ନିର୍ଦେଶ ଦେଇଥିଲେ। ବିମାନରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିଲା।
Popular Categories



