www.samajalive.in
Tuesday, December 9, 2025
16.1 C
Bhubaneswar

ରନୱେରୁ ଖସି ଏୟାର ଇଣ୍ଡିଆ ବିମାନ ଦୁଇଖଣ୍ଡ: ଜଣେ ପାଇଲଟ୍ ମୃତ, ବହୁ ଆହତ

ତିରୁବନନ୍ତପୁରମ: ପ୍ରବଳ ବର୍ଷା ଯୋଗୁଁ କେରଳର କୋଝିକୋଡ଼ ବିମାନବନ୍ଦରରେ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଓହ୍ଲାଇବା ସମୟରେ ରନୱେରୁ ଖସି ଯାଇଥିବା ଖବର ଆସିଛି ।

- Advertisement -

ଏହି ବିମାନରେ ୧୮୪ ଜଣ  ଯାତ୍ରୀ  ଥିଲେ । ଏଥିରେ କ’ଣ କ୍ଷୟକ୍ଷତି ଘଟିଛି ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ବିମାନଟି କେଉଁ କାରଣରୁ ରନୱେରୁ ବାହାରିଗଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ବିମାନଟି ଦୁଇଖଣ୍ଡ ହୋଇ ଯାଇଥିବା ସୂଚନା ମିଳିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଓ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି ।

ପ୍ରଚଣ୍ଡ ବର୍ଷା ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏହି ଘଟଣା ରାତି ୭.୪୦ ମିନିଟରେ ଘଟିଛି । ଘଟଣାସ୍ଥଳ​‌ରେ ବିମାନଟି ଖଣ୍ଡବିଖଣ୍ଡିତ ହୋଇ ପଡ଼ିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ କୁହାଯାଇଛି ଯେ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଆଇଏକ୍ସ-୧୩୪୪) ୧୭୪ ଜଣ ଯାତ୍ରୀଙ୍କୁ ନେଇ ଆଜି କୋଜିକୋଡେ (କେରଳ) ର କରିପୁର ବିମାନ ବନ୍ଦରରେ ଅବତରଣ କରିବା ସମୟରେ ସ୍କିଡ୍ କରିଥିଲା। ଦୁଇଜଣ ପାଇଲଟଙ୍କ ସମେତ ବିମାନରେ ୬ଜଣ କର୍ମଚାରୀ ରହିଥିଲେ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି ଯେ ବିମାନଟି ପ୍ରବଳ ବର୍ଷାରେ ଅବତରଣ କରିଛି ଏବଂ ରନୱେ ୧୦ ରେ ଅବତରଣ କରିବା ପରେ ରନୱେରୁ ଖସିପଡ଼ିଛି । ଘଟଣାସ୍ଥଳରେ ୨୪ଟି ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚିଛି ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏଥିନେଇ ଦୁଃଖପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories