www.samajalive.in
Saturday, December 13, 2025
27.1 C
Bhubaneswar

ଆସନ୍ତାକାଲି ଖୋଲିବ ଭୁବନେଶ୍ବର ଏମ୍‌ସ ଓପିଡି

ଭୁବନେଶ୍ବର: କରୋନା କଟକଣା ପାଇଁ ବନ୍ଦ ଥିବା ଭୁବନେଶ୍ବର ଏମ୍‌ସ ଓପିଡି ଆସନ୍ତାକାଲି(ସୋମବାର) ଖୋଲିବ। ପ୍ରଥମ ପର୍ଯ୍ୟାୟରେ ମାତ୍ର ୩୦ଜଣ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ। ତେବେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତି ପର୍ଯ୍ୟାୟରେ ଚିକିତ୍ସା ସେବା ପାଇବା ଲାଗି ଅଧିକ ସଂଖ୍ୟକ ରୋଗୀ ନାମପଞ୍ଜୀକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) କେନ୍ଦ୍ର ସରକାରଙ୍କ ପ୍ରମୁଖ ହସ୍‌ପିଟାଲ୍‌ ଭାବେ ଓଡ଼ିଶାରେ କାର୍ଯ୍ୟ କରୁଛି। କରୋନା କଟକଣା ଯୋଗୁ ଗତ ଜୁଲାଇ ୧୦ରୁ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର ସବୁ ବିଭାଗ ଓପିଡି ବନ୍ଦ ରହିଥିଲା। ଏହି ସମୟରେ ଏମ୍‌ସ ପକ୍ଷରୁ ଡେ’କେୟାର୍‌ ସର୍ଭିସ୍‌ ପ୍ରଦାନ କରୁଥିବା ରେଡିଓଥେରାପି, ଡାଇଲିସିସ୍‌, ଟ୍ରମା, ଆଇପିଡି ସର୍ଭିସ ଏବଂ ଜରୁରୀକାଳିନ ଓ ଜୀବନ ବଞ୍ଚାଇବା ଅସ୍ତ୍ରପୋଚାର ଜାରି ରଖାଯାଇଥିଲା। ସେହିପରି ଟେଲିମେଡ଼ିସିନ୍‌ ପରାମର୍ଶ ସେବା ଏବଂ ‘ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ’ ଆପ୍‌ କାର୍ଯ୍ୟକରୀ କରାଯାଇଥିଲା, ଯାହା ରୋଗୀମାନଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହୋଇଥିଲା। ତେବେ ପ୍ରତିଦିନ ଏମ୍‌ସ ଓପିଡି ଖୋଲିବା ପାଇଁ ଜନସାଧାରଣ, ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନିରନ୍ତର ଦାବି କରି ଆସୁଥିଲେ। ଜନସାଧାରଣଙ୍କ ଦାବି ସମେତ ରୋଗୀଙ୍କ ଆବଶ୍ୟକତା ଓ ଚାହିଦାକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୨ରୁ ଭୁବନେଶ୍ବର ଏମ୍‌ସ ଓପିଡି ସର୍ଭିସ୍‌ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସବୁ ବିଭାଗରେ କେବଳ ୩୦ଜଣ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ପଞ୍ଜୀକରଣ କରାଯିବ। ଏହି କଟକଣା ନଭେମ୍ବର ୧୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାପରେ ନଭେମ୍ବର ୯ରୁ ଏହି ସଂଖ୍ୟା ୫୦କୁ ବୃଦ୍ଧି କରାଯିବ। ସବୁ ବିଭାଗରେ ଦିନକୁ ୫୦ ପର୍ଯ୍ୟନ୍ତ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ। ଏହାପରେ ପରିସ୍ଥିତି ଅନୁଧ୍ୟାନ କରାଯାଇ ଚିକିତ୍ସା ସେବା ପାଇବା ପାଇଁ ରୋଗୀଙ୍କ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ତେବେ ‘ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ’ ଆପ୍‌ ଏବଂ ଟେଲିମେଡ଼ିସିନ୍‌(ହ୍ବାଟ୍‌ସଆପ୍ କଲ୍‌) ଜରିଆରେ ରୋଗୀଙ୍କ ରୁଟିନ୍‌ ଚେକ୍‌ଅପ୍‌ କରାଯିବ। ୧୪ଟି ଏମ୍‌ଓଟି ସହିତ ଆଇପିଡି ବୋ ନଭେମ୍ବର ୨ରୁ କାର୍ଯ୍ୟକାରୀ କରାଯିବ ବୋଲି ମେଡ଼ିକାଲ୍‌ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories