www.samajalive.in
Thursday, December 11, 2025
18.1 C
Bhubaneswar

ସରିଲା ଉପନିର୍ବାଚନ ପ୍ରଚାର ପର୍ବ: ଦିନକ ପରେ ବଳ କଷାକଷି

ଦିନକ ପରେ ଭୋଟ । ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ହେବ ମତ ଦାନ । ଏହି କ୍ରମରେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ନିର୍ଦେଶକ୍ରମେ ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ଯାଇଥିବା ବିଭିନ୍ନ ଦଳୀୟ ନେତାଙ୍କୁ ଅଞ୍ଚଳ ଛାଡ଼ି ବାହାରକୁ ଚାଲିଯିବାକୁ ନିର୍ଦେଶ ଦିଆଯାଇଛି ।  ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳର ନେତାମାନେ ସହର ଉପାନ୍ତବର୍ତୀ ଅଞ୍ଚଳକୁ ଚାଲି ଯାଇଥିବାବେଳେ ତିର୍ତ୍ତୋଲ ଅଞ୍ଚଳରୁ ବାହାର ନେତାମାନେ ଆସି ଜଗତସିଂହପୁରରେ ଡ଼େରା ପକାଇଛନ୍ତି ।

ଗତଥର ବିଜେପି ବାଲେଶ୍ଵର ଓ ବିଜେଡ଼ି ତିର୍ତ୍ତୋଲ ଆସନ ଦଖଲ କରିଥିଲା । ଉଭୟ ବିଧାୟକଙ୍କ ଅକାଳ ପରଲୋକ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉଭୟ ବିଜେଡ଼ି ଓ ବିଜେପି ନିଜନିଜ ଆସନ ଦଖଲ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ମଧ୍ୟ ନିଜ ହୃତଗୌରବ ଫେରି ପାଇବାକୁ ଆଶା ବାନ୍ଧିଛି । କଂଗ୍ରେସ ବିଜୟୀ ହେବ କି ନ ହେବ ତାହା ଭିନ୍ନ କଥା, ମାତ୍ର ଅନ୍ୟ ଦଳର ବିଜୟ ଓ ପରାଜୟ, ଭୋଟ ବ୍ୟବଧାନ ହ୍ରାସ ବୃଦ୍ଧିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହା ନିଶ୍ଚିତ ବୋଲି ରାଜନେତୖିକ ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

- Advertisement -

ଅନ୍ୟପକ୍ଷରେ ବାଲେଶ୍ଵରରେ ବେଣୁଙ୍କ କେଟଲି ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପା​‌ରେ ବୋଲି କେହିକେହି ମନେ କରୁଛନ୍ତି। ସ୍ବତଃପ୍ରବୃତ୍ତଭାବରେ ଅନେକ ସ୍ଵେଚ୍ଚାସେବୀ ଓ ଅଭିନେତା ବେଣୁଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories