www.samajalive.in
Saturday, December 6, 2025
16.1 C
Bhubaneswar

ଆଜିଠୁ ଖୋଲିଲା ‘ଏମ୍ସ ବହିର୍ବିଭାଗ’

ଭୁବନେଶ୍ବର : କରୋନା ଦ୍ବିତୀୟ ଲହର ଯୋଗୁଁ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ବହିର୍ବିଭାଗ(ଓପିଡି) ବନ୍ଦ ରହିଥିଲା। ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ହେତୁ ଆସନ୍ତାକାଲି (ସୋମବାର)ଠାରୁ ବହିର୍ବିଭାଗ ଖୋଲିବ। ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବନାହିଁ। ପ୍ରତି ବିଭାଗ ବହିର୍ବିଭାଗରେ ଦୈନିକ ୪୦ରୁ ୫୦ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତାଲାବନ୍ଦ ଖୋଲିବାର ପରବର୍ତ୍ତୀ ସମୟରେ ସ୍ଥିତି ଉପରେ ସମୀକ୍ଷା କରାଯାଇ ବହିର୍ବିଭାଗ ଧୀରେ ଧୀରେ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ଦିଆଯିବ। ଏମ୍ସ ଅଧୀକ୍ଷକ ପ୍ରଫେସର ଡ. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଡାକ୍ତର, ରୋଗୀ, ସମ୍ପର୍କୀୟ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇ ଏପ୍ରିଲ ୨୬ରୁ ଅସ୍ଥାୟୀ ଭାବେ ବହିର୍ବିଭାଗକୁ ବନ୍ଦ କରି ଦିଆଗଲା। କିନ୍ତୁ ଦୂରଭାଷ ଏବଂ ସ୍ବାସ୍ଥ୍ୟ ଆପ୍ ମାଧ୍ୟମରେ ରୋଗୀସେବା ଚାଲିଥିଲା। ମଣ୍ଡଳ (କମିଟି) ବସି ୨୮ରୁ ଓପିଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗୋଟିଏ ସପ୍ତାହ ପରେ ସ୍ଥିତି ଉପରେ ପୁଣିଥରେ ଅନୁଧ୍ୟାନ କରାଯିବ। ସବୁ କିଛି ସ୍ବାଭାବିକ ରହିଲେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ଦିଆଯିବ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories