www.samajalive.in
Saturday, December 6, 2025
26.1 C
Bhubaneswar

ଅତିରିକ୍ତ ସମୟରେ ଅଷ୍ଟ୍ରିଆକୁ ହରାଇ କ୍ବାର୍ଟରରେ ଇଟାଲୀ

ଲଣ୍ଡନ : ୧୯୬୮ରୁ ଚମ୍ପିଆନ ଇଟାଲୀ ୮ମ ଥର ୟୁରୋ କପ୍‌ ଫୁଟବଲ ଚମ୍ପିଆନସିପ୍‌ର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ଶନିବାର ରାତିରେ ଖେଳା ଯାଇଥିବା ପ୍ରିକ୍ବାର୍ଟରଫାଇନାଲ ମୁକାବିଲାରେ ଇଟାଲୀ ଅତିରିକ୍ତ ସମୟରେ ୨-୧ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତକରି ଶେଷ ୮ଟି ଦଳ ମଧ୍ୟରେ ସ୍ଥାନ ହାସଲ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୦-୦ ସ୍ଥିତିରେ ରହିବାରୁ ଅତିରିକ୍ତ ୩୦ ମିନିଟ ଖେଳ ହୋଇଥିଲା। ଏଥି​‌େ​‌ର ଇଟାଲୀ ପାଇଁ ଫେଡେରିକୋ ଚିଏସା ଓ ଓ ମାଟିଓ ପେସିନା ଗୋଲ୍‌ ଦେଇଥିବା ବେଳେ ୧୪ ମିନିଟରେ ଅଷ୍ଟ୍ରିଆର ସାସା କାଲାଜ୍‌ଭିଚ୍ ଗୋଟିଏ ଗୋଲ୍‌ ସୁଝାଇ ପାରିଥିଲେ। ଇଟାଲୀ ଦଳ କ୍ବାର୍ଟରଫାଇନାଲରେ ବେଲଜିୟମ୍‌-ପର୍ତ୍ତୃଗାଲ ମ୍ୟାଚର ବିଜେତା ବିପକ୍ଷରେ ଖେଳିବ।
ଇଟାଲୀ ବିପକ୍ଷରେ ଅଷ୍ଟ୍ରିଆ ଦୁର୍ବଳ ମନେ କରା ଯାଉଥିଲେ ମଧ୍ୟ ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରିଆ ଲଢୁଆ ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲା। ଅତିରିକ୍ତ ସମୟରେ ଅଷ୍ଟ୍ରିଆ ଖେଳାଳିଙ୍କ ମଧ୍ୟରେ ତାଳମେଳର ଅଭାବ ଓ ରକ୍ଷଣଭାଗର ପ୍ରଭାବହୀନ ପ୍ରଦର୍ଶନ ଦଳକୁ ପରାଜୟ ମୁହଁକୁ ଠେଲି ଦେଇଥିଲା। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ଥିବା ଇଟାଲୀକୁ ପ୍ରଥମଥର ନକ୍‌ଆଉଟ୍‌ ଖେଳିଥିବା ଅଷ୍ଟ୍ରିଆ କଡ଼ା ଆହ୍ବାନ ଦେଇଥିଲା। ନିର୍ଦ୍ଧାରିତ ୯୦ ମିନିଟ୍‌ ଖେଳ ଗୋଲଶୂନ୍ୟ ରହିବାରୁ ଅତିରିକ୍ତ ସମୟରେ ଉଭୟ ଦଳ ୩ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ୯୫ ମିନିଟ୍‌ରେ ଇଟାଲୀ ପ୍ରଥମ ଗୋଲ ଦେବାରେ ସକ୍ଷମ ହୋଇଥିଲା। ଡାନିଏଲ ବ୍ୟାଚ୍‌ମାନଙ୍କ ଏକ ପାସ୍‌କୁ ଫେଡେରିକୋ ଚିଏସା ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଗୋଟିଏ ଗୋଲ୍‌ ଆଗୁଆ ରହିବା ପ​‌େ​‌ର ଇଟାଲୀ ଅଧିକ ଉତ୍ସାହର ସହ ଖେଳିଥିଲା। ୧୦୫ ମିନିଟ୍‌ରେ ଇଟାଲୀ ୨ୟ ଗୋଲ ସ୍କୋର କରିଥିଲା। ଇଟାଲୀ ପକ୍ଷରୁ ମାଟିଓ ପେସିନା ଗୋଲ୍‌ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଅତିରିକ୍ତ ସମୟ ମଧ୍ୟାନ୍ତର ସୁଦ୍ଧା ଇଟାଲୀ ୨-୦ରେ ଆଗୁଅା ରହିଥିଲା। ପରେ ଅଷ୍ଟ୍ରିଆ ମ୍ୟାଚକୁ ଫେରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ୧୧୪ ମିନିଟ୍‌ରେ ଅଷ୍ଟ୍ରିଆ ପକ୍ଷରୁ ସାସା କାଲାଜ୍‌ଭିଚ୍​ ଗୋଲ୍‌ ଦେଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ମ୍ୟାଚର ଅବଶିଷ୍ଟ ସମୟ ଖେଳରେ ଅଷ୍ଟ୍ରିଆ ଦ୍ବିତୀୟ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଇଟାଲୀ ରକ୍ଷଣାପନ୍ଥୀ ଆଉ କୌଣସି ସୁଯୋଗ ଦେଇନଥିଲେ। ଇଟାଲୀ ବିଜୟ ସହ କ୍ବାର୍ଟରଫାଇନାଲ ସ୍ଥାନ ନିଶ୍ଚିତ କରିଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଲ ଦେବା ନେଇ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଅଷ୍ଟ୍ରିଆ ଚମତ୍କାର ପ୍ରଦର୍ଶନ କରି ଗୋଲ ଦେବା ନେଇ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ୧୦ ମିନିଟ୍‌ରେ ଅଷ୍ଟ୍ରିଆ ପକ୍ଷରୁ ଏସ୍. ସାଲଗିର୍‌ ଗୋଲ ଦେବା ନେଇ ସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ୬୦ ମିନିଟ୍‌ରେ ଅଷ୍ଟ୍ରିଆ ଅଧିନାୟକ ଡେଭିଡ୍‌ ଆଲାବାଙ୍କ ଏକ ହେଡ୍‌ ଇଟାଲୀ ଗୋଲପୋ​‌ଷ୍ଟ ବାର୍‌ରେ ଘସି ହୋଇ ଚାଲି ଯାଇଥିଲା। ୬୫ ମିନିଟ୍‌ରେ ଅଷ୍ଟ୍ରିଆ ପକ୍ଷରୁ ଆନାଉଟୋଭିକ୍‌ ହେଡ୍‌ କରି ଗୋଲ ଦେଇଥିଲେ ମଧ୍ୟ ରେଫରୀ ଅଫ୍‌ସାଇଡ୍‌ ଦେଇଥିଲେ। ପରେ ଆନାଉଟୋଭିକ୍‌ଙ୍କ ଏକ ସଟ୍‌ ଇଟାଲୀ ଗୋଲପୋଷ୍ଟ ବାର୍‌ରେ ବାଜି ଫେରି ଆସିଥିଲା। ଇଟାଲୀ ସହିତ ଭଲ ଖେଳିଥିଲେ ମଧ୍ୟ ଦଳର ଭାଗ୍ୟ ସହାୟକ ହୋଇନଥିଲା। ପରାଜୟ ସହ ପ୍ରଥମ ଥର ପାଇଁ ୟୁରୋ କପ୍‌ର ନକ୍‌ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଅଷ୍ଟ୍ରିଆ ବିଦାୟ ନେଇଛି। ଇଟାଲୀ ଏହି ବିଜୟ ସହ କ୍ରମାଗତ ୩୧ଟି ମ୍ୟାଚରେ ଅପରାଜିତ ରହି ନୂତନ ଜାତୀୟ ରେକର୍ଡ ସୃଷ୍ଟିକରିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories