www.samajalive.in
Saturday, December 13, 2025
27.1 C
Bhubaneswar

ସଂକ୍ରମଣ ଭୟ: ବନ୍ଦ ହେଲା ଏମ୍ସ ଓପିଡ଼ି, କେବଳ ଚାଲିବ ଅତ୍ୟାବଶ୍ୟକୀୟ ସେବା

ଭୁବନେଶ୍ବର : ଓଡ଼ିଶାରେ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଚିକିତ୍ସା ସେବା ପ୍ରଭାବିତ ହେଉଛି। ଜଣକ ପରେ ଜଣେ କର୍ମଚାରୀ ସଂକ୍ରମିତ ହେବା ଓ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କ୍ବାରେଣ୍ଟାଇନ୍‌ରେ ଯାଉଥିବାରୁ ଶୁକ୍ରବାର ଠାରୁ ଭୁବନେଶ୍ବର ଏମ୍ସ ନିଜର ଓପିଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଏମ୍ସରେ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏହାର ଡ଼ାକ୍ତର ଓ କର୍ମଚାରୀ ସଂକ୍ରମିତ ହେବାରେ ଲାଗିଥିବାରୁ ଓପିଡ଼ିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଥିବା କୁହାଯାଇଛି। ତେବେ ଡ଼ାକ୍ତରଖାନାରେ ଡେ କେୟାର ସେବା, ରେଡ଼ିଓ ଥେରାପି, ଡ଼ାଏଲିସିସ୍, ଟ୍ରମା ଓ ଏମର୍ଜେନ୍ସି, ଜୀବନ ରକ୍ଷାକାରୀ ଅ​‌େ​‌ସ୍ତ୍ରାପଚାର, ଆଇପିଡି ଏବଂ ଟେଲିମେଡିସିନ୍ ସେବା ପୂର୍ବପରି ଜାରି ରହିବ। ଏହି ସମୟରେ ଅନ୍‌ଲାଇନ୍ ପଞ୍ଜୀକରଣ କରୁଥିବା ରୋଗୀଙ୍କୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଯୋଗାଯୋଗ କରାଯାଇ ଚିକିତ୍ସା ପରାମର୍ଶ ଦିଆଯିବ। ଏହି ବ୍ୟବସ୍ଥାକୁ ଅଧିକ ସରଳ କରିବା ପାଇଁ ‘ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ’ ନାମରେ ଖୁବ୍ ଶୀଘ୍ର ଏକ ମୋବାଇଲ୍‌ ଆପ୍ ଜାରି କରାଯିବ।
ଏ ସମ୍ପର୍କରେ ଏମ୍ସ ନିର୍ଦେଶିକା ଡ଼ ବି ଗୀତାଞ୍ଜଳି କହିଛନ୍ତି, ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମର ଓପିଡ଼ିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛୁ। ତେବେ ଏହି ସମୟରେ ପ୍ରତ୍ୟେକ ବିଭାଗରେ ଜରୁରୀ ଚିକିତ୍ସା ସେବା ଜାରି ରହିବ। ଏଭଳି ଜଟିଳ ସ୍ଥିତିରେ ଏମ୍ସ ଭୁବନେଶ୍ବର ଜନସାଧାରଣଙ୍କ ସହଯୋଗ ଆବଶ୍ୟକ କରୁଛି ବୋଲି ସେ କହିଛନ୍ତି। ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ମାର୍ଚ୍ଚ ୨୫ ତାରିଖରୁ ଆଜି ପର୍ଯ୍ୟନ୍ତ ଉଭୟ କୋଭିଡ୍ ଓ ଅଣ କୋଭିଡ୍ ରୋଗୀଙ୍କ ଚିକିତ୍ସା କରାଯାଉଛି। ମାର୍ଚ୍ଚ ୧୯ରୁ ଜୁଲାଇ ୬ ତାରିଖ ମଧ୍ୟରେ ୮୫୨୩୫ ଜଣ ରୋଗୀ ଓପିଡ଼ିକୁ ଆସି ଥିବା ବେଳେ ୭୭୨୭ ଜଣଙ୍କୁ ଜରୁରୀ ଚିକିତ୍ସା ସେବା ଓ ୩୦୨୭ ଜଣଙ୍କ ଠାରେ ଜୀବନ ରକ୍ଷାକାରୀ ଅ​‌େ​‌ସ୍ତ୍ରାପଚାର କରାଯାଇଛି। ଏଥିସହ ୪୪୮୧ ଜଣ ରୋଗୀଙ୍କୁ ଡ଼ାକ୍ତରଖାନାରେ ଆଡମିଟ୍ କରାଯାଇଛି ଏବଂ ୭୪୧୧ ଜଣଙ୍କର କୋଭିଡ୍ ସ୍କ୍ରିନିଂ କରାଯାଇଛି। ସେହିପରି ଉକ୍ତ ସମୟ ମଧ୍ୟରେ ଏମ୍ସ ଭୁବନେଶ୍ବର ପକ୍ଷରୁ ୮୦୪୪ ରୋଗୀଙ୍କୁ ଟେଲିମେଡିସିନ୍ ସେବା ଦିଆଯାଇଛି। ଏଠାକାର ସିଭିୟର୍ ଏକ୍ୟୁଟ୍ ରେସ୍ପିରେଟୋରୀ ଇଲ୍‌ନେସ୍ (ସାରୀ) ବିଭାଗରେ ୩୩୦ ଜଣ ଗୁରୁତର ରୋଗୀଙ୍କ ଚିକିତ୍ସା କରାଯାଇଛି। ଏମ୍ସର ମାଇକ୍ରୋ ବାୟୋଲୋଜି ବିଭାଗରେ ଦୈନିକ ପ୍ରାୟ ୫୦୦ ନମୁନା ପରୀକ୍ଷା କରାଯାଉଛି। ଏମ୍ସର ବିଶେଷଜ୍ଞ ଚିକିତ୍ସକ ଦଳ ଅନୁଧ୍ୟାନ ପାଇଁ ବିଭିନ୍ନ ରେଡ୍‌ ଜୋନ୍‌କୁ ଯାଉଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories