ରୁଟିର ଗୋଲେଇ ମାପିବ ଏହି ଆପ୍, ଇଣ୍ଟରନେଟରେ ଭାଇରାଲ

ନୂଆଦିଲ୍ଲୀ : ଇଣ୍ଟରନେଟରେ ଆଜିକାଲି ଅନେକ ନୂଆ ସୁବିଧା ମିଳୁଛି । ଗୋଟିଏ ସ୍ମାର୍ଟଫୋନ୍ ଦ୍ବାରା ଘରେ ବସି ଖାଦ୍ୟ ମଗାଇବାଠୁ ଆରମ୍ଭ କରି କୌଣସି ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସବୁ କିଛି ସରଳ ହୋଇଯାଇଛି । ଏବେ ନିକଟରେ ଏମିତି ଏକ କୃତ୍ରିମ ବୁଦ୍ଧିମତା ବିଶିଷ୍ଟ ଟୁଲ୍ ଆସିଛି ଯାହା ରୁଟିର ଗୋଲେଇ ମାପିପାରୁଛି । ଆଇଆଇଟି ଖଡଗପୁରର ଜଣେ ଛାତ୍ର ଅନିମେଷ ଚୌହାନ ଏହି ଅଜବ ଉଦ୍ଧାବନ କରି ଦେଖାଇଛନ୍ତି । ଏହାକୁ rotichecker.ai କୁହାଯାଉଛି । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଏବେ ଅନେକ ପୋଷ୍ଟ ଭାଇରାଲ ହେଉଛି ।
420 likes and https://t.co/8nvLCfLuMe goes public! 🌕 https://t.co/ffhahK51jf pic.twitter.com/5d4rpFsQXV
— Animesh Chouhan (@animeshsingh38) January 31, 2025

ବେଙ୍ଗାଲୁରୁରେ ରହୁଥିବା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ଅନିମେଷ ଚୌହାନ ଏବେ ସାମାଜିକ ଗଣମାଧ୍ୟମରେ ଏହି କମାଲ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି । ଏହି ମେସିନ୍ ରୁଟିର ଗୋଲେଇକୁ ସ୍କାନ୍ କରିଥାଏ ଏବଂ ଏହା ପରେ ୧୦୦ରୁ ନମ୍ବର ଦେଇଥାଏ । ତେବେ ଅନିମେଷ କୁହନ୍ତି କି ସେ ଖାଲି ସମୟରେ ଏହାକୁ ମଜା କରିବା ପାଇଁ ପ୍ରସ୍ତୁତ କରିଥିଲେ କିନ୍ତୁ ଏହା ସାମାଜିକ ଗଣମାଧ୍ୟମକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଥିଲା । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଅନେକ ପ୍ରକାର ପୋଷ୍ଟ ଭାଇରାଲ ହେଉଛି । ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି ।

Comments are closed.