www.samajalive.in
Monday, December 15, 2025
16.1 C
Bhubaneswar

ବଲାଙ୍ଗୀର ଓ ବରଗଡ଼ ଜିଲାରେ ‘ଅହିଂସା ରଥ’, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବୀର ଗାଥାକୁ ମନେ ପକାଇବା ପାଇଁ ସାରା ରାଜ୍ୟରେ ଅହିଂସା ରଥ ପରିକ୍ରମା କରୁଛି। ଆଜି ଏହି କ୍ରମରେ ବଲାଙ୍ଗୀରର ସଲେପାଲି ଚୌକ ଜରସିଂଘା ମଳିପଡ଼ା ଉଚ୍ଚ ବିଦ୍ୟାଳୟଠାରେ ବିଡ଼ିଓ ରାମଦତ୍ତ ଭୋଇ, ଅଧ୍ୟକ୍ଷ ଦୟାନିଧି ଖମାରି, ତହସିଲଦାର ଜୁଗଳ କିଶୋର ବିଶ୍ୱାଳ, ସରପଞ୍ଚ ଏବଂ ପଞ୍ଚାୟତ ସମିତି ସଭ୍ୟମାନେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସ୍କୁଲ ଛାତ୍ରୀମାନଙ୍କ ହାତରେ ଜାତୀୟ ପତାକା ଶୋଭା ପାଇବା ସହ ଦେଶାତ୍ମବୋଧକ ସଂଗୀତ ଗାନ ମାଧ୍ୟମରେ ସମଗ୍ର ପରିବେଶ ଉତ୍ସବ ମୁଖରିତ ହୋଇଥିଲା।
ପରେ ଅଗଲପୁର ବ୍ଲକ୍‌ର ଭରସୁଜାଠାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ, ପଞ୍ଚାୟତ ସମିତି ସଭ୍ୟବୃନ୍ଦ ଏବଂ ଅଗଲପୁର ବିଡ଼ିଓଙ୍କ ଉପସ୍ଥିତିରେ ଅହିଂସା ରଥକୁ ସ୍ୱାଗତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦେଓଗାଁ ବ୍ଲକ୍‌ ସଦର ମହକୁମା ଏବଂ ଦେଓଗାଁ ୫-‘ଟି’ ଉଚ୍ଚ ବିଦ୍ୟାଳୟଠାରେ ରଥ ପହଞ୍ଚିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଜାତୀୟ ପତାକା ଶୋଭା ପାଇବା ସହ ଭାରତମାତା କି ଜୟ ଏବଂ ବନ୍ଦେ ମାତରମ୍‌ ଜୟଧ୍ୱନି ମାଧ୍ୟମରେ ବାତାବରଣ ମୁଖରିତ ହୋଇଥିଲା।
ବଲାଙ୍ଗୀରର ଚନ୍ଦନଭଟି ବ୍ଲକଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ ସରିତା ବାଗ୍‌, ପଞ୍ଚାୟତ ସମିତି ସଭ୍ୟବୃନ୍ଦ, ବିଡ଼ିଓ ଏବଂ ଜନସାଧାରଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସଇଁତଳା ବ୍ଲକଠାରେ ରଥ ପରିକ୍ରମା କରିଥିଲା। ବଲାଙ୍ଗୀର ବ୍ଲକ୍‌ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ଏବଂ ବଲାଙ୍ଗୀର ଚୁଡ଼ାପଲି ଉଚ୍ଚବିଦ୍ୟାଳୟଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଆଜି ବରଗଡ଼ ଜିଲାର ବରପାଲିଠାରେ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ବରପାଲି ବିଡ଼ିଓ, ଏନ୍‌ଏସି ଅଧ୍ୟକ୍ଷ ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ କରିଥିଲେ। ଅନୁରୂପ ଭାବେ ପଡ଼ ବିଜେପୁର, ଗାଇସିଲେଟ୍‌ ବ୍ଲକ୍‌ ଏବଂ ଚାନ୍ତିପାଲି ଗ୍ରାମଠାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଏବଂ ଗାନ୍ଧିଜୀ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ପର୍ଯ୍ୟବେଷିତ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories