www.samajalive.in
Sunday, December 14, 2025
26.1 C
Bhubaneswar

ବାଣିଜ୍ୟ କର ତଥା ଜିଏସଟି କମିଶନର ଭାବେ ସଂଜୟ ସିଂହଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ବାଣିଜ୍ୟ କର ତଥା ଜି.ଏସ୍‌.ଟି କମିଶନର ଭାବେ ଆଜି କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବାଣିଜ୍ୟ କର ଭବନ କାର୍ଯ୍ୟାଳୟରେ ଶ୍ରୀ ସିଂହ ପହଞ୍ଚିବା ପରେ ସେଠାରେ ସ୍ୱତନ୍ତ୍ର ଆୟୁକ୍ତ ମାନଭଞ୍ଜନ ଆଚାର୍ଯ୍ୟ ଏବଂ କୁଞ୍ଜ ବିହାରୀ ପଣ୍ଡା, ଅତିରିକ୍ତ ଆୟୁକ୍ତ ବନିତା ଦାସ, ସଦାଶିବ ପଣ୍ଡା, ଦୀପଙ୍କର ସାହୁ ଏବଂ ନିହାର ରଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଶ୍ରୀ ସିଂହ ବିଭାଗୀୟ କାର୍ଯ୍ୟପଦ୍ଧତି ସମ୍ବନ୍ଧରେ ପଚାରି ବୁଝିଥିଲେ। ଏହାପରେ ଶ୍ରୀ ସିଂହ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ।

ବାଣିଜ୍ୟକର ତଥା ଦ୍ରବ୍ୟ ଓ ସେବାକର ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ଏହାର ସୁଫଳ ଯେପରି ଉପଭୋକ୍ତାମାନେ ପାଇପାରବେ ସେ ଦିଗରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଦ୍ରବ୍ୟ ଓ ସେବାକର କ୍ଷେତ୍ରରେ ପ୍ରବର୍ତ୍ତିତ ହେଉଥିବା ସଂସ୍କାର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି କାର୍ଯ୍ୟାନ୍ୱୟନ କଲେ ସୁଫଳ ମିଳିପାରିବ ବୋଲି ସେ ପ୍ରକାଶ କରିଥିଲେ। ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଏହି ଅତିରିକ୍ତ ଦାୟିତ୍ୱ ସହ ଶ୍ରୀ ସିଂହ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଏବଂ ସ୍ମାର୍ଟ ସିଟିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories