www.samajalive.in
Saturday, December 6, 2025
19.1 C
Bhubaneswar

ତିନି ରଥକୁ ବିଜେ ହେଲା ଆଜ୍ଞାମାଳ: ସିଂହଦ୍ଵାର ସମ୍ମୁଖରେ ୩ ରଥ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି।  ସକାଳୁ ପଟ୍ଟିଦିଅଁଙ୍କ ସକାଳ ଧୂପ ଶେଷ ହେବା ପରେ ୩ଜଣ ପୂଜାପଣ୍ଡା ସେବକ ତିନୋଟି ଆଜ୍ଞାମାଳ ସହ ଶୋଭାଯାତ୍ରାରେ ରଥଖଳାକୁ ଯାଇଥିଲେ। ଏବଂ ପରେ ରଥଯାତ୍ରା ପାଇଁ ନିର୍ମାଣ କରାଯାଇଥିବା ରଥଗୁଡ଼ିକରେ ଆଜ୍ଞାମାଳ ଲାଗି କରାଯାଇଥିଲା । ଦାରୁବ୍ରହ୍ମ ଅନବସର ଘରେ ଥିବାରୁ ପଟ୍ଟିଦିଅଁଙ୍କଠାରୁ ଆଜ୍ଞାମାଳ ନେଇ ରଥ ଗୁଡ଼ିକୁ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି। ୧୯୭୧ରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥିବାରୁ ଏଭଳି ନୀତି ପାଳନ କରାଯାଇଥିଲା। ଚଳିତ ବର୍ଷ ରବିବାର ଗୋଟିଏ ଦିନରେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଅନୁଷ୍ଠିତ ହେବ। ପଟ୍ଟିଦିଅଁଙ୍କ ଠାରୁ ଆଜ୍ଞାମାଳ ନେଇ ତିନିରଥ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି। ରବିବାର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ରଥରେ ବିଜେ କରିବେ। ସେ ଦିନ ସକାଳେ ରଥ ପ୍ରତିଷ୍ଠା କରାଯିବ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ନବଦିନ ବ୍ୟାପି ରଥଯାତ୍ରା କରିବେ ଦାରୁବ୍ରହ୍ମ। ଶ୍ରୀଜଗନ୍ନାଥ ମନ୍ଦିରରୁ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories