କେନ୍ଦୁପଲ୍ଲୀରେ ଉଦ୍ୟାନ କୃଷି ତାଲିମ୍ କର୍ମଶାଳା

କଳାପଥର : ବାଙ୍କୀ ବ୍ଲକ ଉଦ୍ୟାନ କୃଷି ବିଭାଗ ତରଫରୁ କେନ୍ଦୁପଲ୍ଲୀ ଗ୍ରାମ ପଂଚାୟତ  ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ତାଲିମ୍ ଓ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁପଲ୍ଲୀ ଗ୍ରାମ ପଂଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ସଭାପତିତ୍ୱ କରିଥିବାବେଳେ ସମିତି ସଭ୍ୟ ପ୍ରେମାନନ୍ଦ ସାହୁ, ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ବାଙ୍କୀ ଦୀପ୍ତି ସାଗରୀକା  ସାହୁ  ପ୍ରଦୀପ ପ୍ରଜ୍ଜ୍ୱଳନ କରି କର୍ମଶାଳା ଉଦଘାଟନ କରିଥିଲେ । ସମ୍ମାନିତ  ଅତିଥି ଭାବେ କୃଷିବିଭାଗର ଆସିଷ୍ଟାଣ୍ଡ ମ୍ୟାନେଜର ଏସକେ ୟାସିନ ହୁସେନ, ବୈଦ୍ୟେଶ୍ୱର ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ଅମିତ ରଞ୍ଜନ ସାହୁ, ଯୋଗଦେଇ ଉଦ୍ୟାନ କୃଷି ବିଭାଗକୁ ସରକାର ତରଫରୁ ଆସୁଥିବା ବିଭିନ୍ନ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ । ଏଥିରେ କେନ୍ଦୁପଲ୍ଲୀ, ଜଗନ୍ନାଥପୁର, ବଳଭଦ୍ରପୁର ଗ୍ରାମ ପଂଚାୟତ ର  ଶତାଧିକ ଚାଷୀ ଯୋଗଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ଉଦ୍ୟାନ ବିଭାଗ କୃଷି ଅଧିକାରିଣୀ ଦୀପ୍ତି ସାଗରୀକା ସାହୁ ପରିଚାଳନା  କରିଥିଲେ ।

Comments are closed.