www.samajalive.in
Saturday, December 13, 2025
27.1 C
Bhubaneswar

ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଖୁବ୍‌ଶୀଘ୍ର ଡିପିଆର୍‌ ପ୍ରସ୍ତୁତି ପାଇଁ ଗୁରୁତ୍ୱ

ଭୁବନେଶ୍ୱର:  ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆଠଗଡ଼ ନିର୍ବାଚନ ମଣ୍ଡଳୀରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ  ସଂଜୟ କୁମାର ସିଂଙ୍କ ସମେତ ରୁରାଲ ୱାକର୍ସର ଯନ୍ତ୍ରୀମୁଖ୍ୟ  ସଂଜୀବ କୁମାର ମହାନ୍ତି, ବି୍ରଜ ଓ ବିଲ୍‌ଡିଂର ମୁଖ୍ୟଯନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ବେହେରା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ମୁଖ୍ୟଯନ୍ତ୍ରୀ  ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।

ବୈଠକରେ  ଧବଳେଶ୍ୱର ପୀଠରେ ଥିବା ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଖୁବ୍‌ଶୀଘ୍ର ଡିପିଆର୍‌ ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ସେହିପରି କଣ୍ଟିଆ ନଦୀ ଉପରେ ଖୁଣ୍ଟୁଣି ବନ୍ଧଠାରୁ ତୈଳମାଳ, ଗୋକୁଳପୁର ରାସ୍ତାର ପୋଲ ନିମନ୍ତେ ଟେଣ୍ଡର ପ୍ରକି୍ରୟା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଏବଂ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଯିବ । ଏଥି ସହିତ ଧବଳେଶ୍ୱର ପୋଲର ଭିଡ଼କୁ ହ୍ରାସ କରିବା ପାଇଁ ଧବଳେଶ୍ୱର ପୀଠରେ ଦ୍ୱିତୀୟ ପୋଲର ନିର୍ମାଣ କାର୍ଯ୍ୟ ୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ କରାଯିବ ବୋଲି ବୈଠକରେ ପ୍ରକାଶ । ଆଠଗଡ଼ ବ୍ଲକ୍‌ର ରାଧାକୃଷ୍ଣପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଡ଼କ ସାହିଠାରେ ସଡ଼କ ସାହିଠାରୁ ରାଧିକା ପଟିକା ରାସ୍ତାରେ ପୋଲ ନିର୍ମାଣ ଏବଂ ମହିଷାଲଣ୍ଡା-ମାଛପାଙ୍ଗି ଦୁଧିଆନାଳିଠାରୁ କରଞ୍ଜି ରାସ୍ତା ନିର୍ମାଣ ନିମନ୍ତେ କଟକ ଜିଲ୍ଲାପାଳଙ୍କ ଦ୍ୱାରା ଗ୍ରାମ୍ୟ ଉନ୍ନୟନ ଏବଂ ଯୋଜନା ଓ ସଂଯୋଜନ ବିଭାଗକୁ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା ।

- Advertisement -

ଏଥି ସହିତ ବୈଠକରେ ଗୋଡ଼ିଝରିଆ-ଅଚଳକୋଟ ରାସ୍ତା, ରଘୁନାଥପୁରଠାରୁ ହେମମାଳପୁର ରାସ୍ତା, ନୈମାଳିଆଠାରୁ ବାଲିପୁର ରାସ୍ତା, ପିଡବ୍ଲ୍ୟୁଡି ରାସ୍ତାଠାରୁ ନୂଆବନ୍ଧ ରାସ୍ତା ଏବଂ କଣ୍ଟିଣିଆଠାରୁ ଗୋବରା ଭାୟା ଛଗାଁ ରେଲେୱ ଷ୍ଟେସନ୍‌ ରାସ୍ତାର ଉନ୍ନତିକରଣ ନିମନ୍ତେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଡିଭିଜନ୍‌ ସମେତ ଆଠଗଡ଼ ଓ ତିଗିରିଆ ସବ୍‌ଡିଭିଜନ୍‌ର ବରିଷ୍ଠ ଯନ୍ତ୍ରୀମାନେ ଯୋଗଦେଇଥିଲେ ।
ତାପସ କୁାମାର ସାହା

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories