କୃଷିମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ

ତିଗିରିଆ :  ଲଘୁଚାପ ଜନିତ ଲଗାଣ ବର୍ଷା ମହାନଦୀ ଅବବାହିକାରେ ଆଣିଛି ବନ୍ୟା ପରିସ୍ଥିତି। ତିଗିରିଆ ବ୍ଲକରେ ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହେବାକୁ ଯାଉଛି। ଗୁରୁବାର ସନ୍ଧ୍ୟାରେ ରାଜ୍ୟ କୃଷି ମତ୍ସ୍ୟ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତିଗିରିଆ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଚଷାଆଁରା, ବିନ୍ଧାଣୀମା, ଖଣ୍ଡହତା, ସୋମପଡା  ବୁଲି ଦେଖୁବା ସହ ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ସହିତ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ସଜାଗ ରହିବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଏହାଛଡ଼ା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟ, ଶୁଖୁଲା ଖାଦ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ, ପାନୀୟଜଳ ସହିତ ଗୋ ସମ୍ପଦର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

 ବନ୍ୟା ଜଳରେ ବୁଡିଲା ହାଟମାଳ ବୃଦ୍ଧେଶ୍ୱର ପୀଠ

ତିଗିରିଆ ବ୍ଳକ ହାଟମାଳସ୍ଥିତ ବୃଦ୍ଧେଶ୍ୱର ପୀଠ ମହାନଦୀ ବନ୍ୟା ଜଳରେ ବୁଡ଼ିରହିଛି। ପୀଠଟି ମହାନଦୀ ବାଲି ଶଯ୍ୟାରେ ବନ୍ଧର ଭିତର ପାର୍ଶ୍ଵରେ ରହିଥିବାରୁ ଠାକୁର ବୁଧବାର ରାତିରୁ ବନ୍ୟାଜଳରେ ବୁଡ଼ି ରହିଛନ୍ତି। ପୀଠରେ ପ୍ରାୟ ୮ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଗୁରୁବାର ସକାଳ ଠାରୁ ପୀଠକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯାତାୟାତ ବନ୍ଦ ରହିଛି ।

Comments are closed.