www.samajalive.in
Saturday, December 6, 2025
14.1 C
Bhubaneswar

ଚଢିଗଲା ଟ୍ରେନ; ଅକ୍ଷତ ରହିଲେ ଶିଶୁ

ଆଗ୍ରା: ଆଶ୍ଚର୍ଯ୍ୟଜନକ ଭାବେ ୧ବର୍ଷର ଶିଶୁ ଉପର ଦେଇ ଟ୍ରେନ ଚାଲିଗଲେ ମଧ୍ୟ ଶିଶୁଜଣକ ଅକ୍ଷତ ରହିବା ସମସ୍ତଙ୍କୁ ଚକିତ କରିଛି। ମଥୁରା ଜଙ୍ଗସନ୍‍ଠାରେ ୧ନମ୍ବର ପ୍ଲାଟଫର୍ମରେ ଏଭଳି ଘଟଣା ଘଟୁଥିବାବେଳେ ଦେଖାଣାହାରୀ ମଧ୍ୟ ବିଶ୍ୱାସ କରି ପାରି ନଥିଲେ। ଉକ୍ତ ଷ୍ଟେସନରେ ସାମତା ଏକ୍ସପ୍ରେସରୁ ଏକ ଦମ୍ପତିି ଓହ୍ଲାଉଥିବାବେଳେ ମା’ କୋଳରୁ ୧ବର୍ଷର ଶିଶୁ କନ୍ୟାଟି ରେଳଧାରଣା ଉପରେ ପଡ଼ି ଯାଇଥିଲା। ଟ୍ରେନଟି ବିଶାଖାପଟ୍ଟନମରୁ ଆଗ୍ରା ଯାଉଥିବାବେଳେ ମଥୁରା ଜଙ୍ଗସନଠାରେ ସ୍ୱଳ୍ପ ସମୟ ପାଇଁ ରହଣି କରିଥିଲା। ଏହି ସମୟରେ ଦମ୍ପତି ଟ୍ରେନରୁ ଓହ୍ଲାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଶିଶୁ କନ୍ୟାକୁ ବଞ୍ଚାଇବାର ଶେଷ ପ୍ରୟାସ ଭାବେ କାଳ ବିଳମ୍ବ ନକରି ଉକ୍ତ ଦମ୍ପତି ଟ୍ରେନକୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଟ୍ରେନଟି ସେତେବେଳକୁ ଛାଡ଼ି ଦେଇଥିଲା। ଶିଶୁର ବଞ୍ଚିବା ଆଶା ଛାଡ଼ି ଦେଇଥିଲେ ଦମ୍ପତି। ଟ୍ରେନ ଚକ ପାଶ୍ୱର୍ରେ ପଡ଼ିଥିବା ଶିଶୁ କନ୍ୟାର ମୃତ୍ୟୁ ସୁନିଶ୍ଚିତ ଭାବି ନେଇଥିଲେ ଉପସ୍ଥିତ ଯାତ୍ରୀ। ଦ୍ରୁତ ବେଗରେ ଟ୍ରେନଟି ପ୍ଲାଟଫର୍ମରୁ ବାହାରି ଯିବା ପରେ ଶିଶୁ କନ୍ୟାର କାନ୍ଦ ଶୁଣି ଉକ୍ତ ଦମ୍ପତି ଦୌଡ଼ି ଯାଇଥିଲେ ଘଟଣାସ୍ଥଳକୁ। ଶିଶୁକନ୍ୟା ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ରେଳଧାରଣା ପାଶ୍ୱର୍ରେ ଦେଖି ତୁରନ୍ତ ତାକୁ ଉଦ୍ଧାର କରାଯାଇ ଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories