www.samajalive.in
Saturday, December 13, 2025
21.1 C
Bhubaneswar

ହରିୟାଣା ଛାତ୍ରୀ ଗଣବଳାତ୍କାର ମାମଲା: ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯବାନ, ତଦନ୍ତ ପାଇଁ ଏସ୍‍ଆଇଟି ଗଠିତ

ଚଣ୍ଡିଗଡ଼ : ହରିୟାଣାର ମହେନ୍ଦ୍ରଗଡ଼ ଜିଲା କନିନା ନିକଟ ଝାଗରସ୍ଥିତ ଫାର୍ମରେ ୧୯ବର୍ଷୀୟ ମେଧାବୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କ ମଧ୍ୟରେ ଜଣେ ସେନା ଯବାନ ରହିଥିôବା ପୁଲିସ ପ୍ରକାଶ କରିଛି। ହରିୟାଣା ପୁଲିସ ମହାନିର୍ଦେଶକ(ଡିଜି) ବି.ଏସ୍‍ ସାନ୍ଧୁଙ୍କ ସୂଚନାନୁଯାୟୀ, ସମ୍ପୃକ୍ତ ଯବାନ ହେଉଛନ୍ତି ପଙ୍କଜ ଫୌଜି ଓ ସେ ଏବେ ରାଜସ୍ଥାନରେ କାର୍ଯ୍ୟରତ। ତାକୁ ଗିରଫ କରିବା ପାଇଁ ପୁଲିସ ଦଳ ସେଠାକୁ ଯାଇଛି ଓ ଖୁବ୍‍ ଶୀଘ୍ର ତାଙ୍କୁ ଗିରଫ କରି ଏଠାକୁ ଅଣାଯିବ। ଏହି ଘଟଣାରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‍ଆଇଟି) ଗଠନ କରାଯାଇଛି। ଏଥିସହିତ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ଫଟୋ ଜାରି କରାଯାଇଛି ଓ ସେମାନଙ୍କୁ ଧରାଇଦେବା ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ସମସ୍ତ ଅଭିଯୁକ୍ତ ପୀଡ଼ିତାଙ୍କ ପରିଚିତ ବୋଲି ଡିଜି କହିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ମନୀଷ ଓ ନିଶୁଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ କି ଛାତ୍ରୀ ଜଣଙ୍କ ଗତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦଶମ ପରୀକ୍ଷାରେ ଗତବର୍ଷ ହରିୟାଣାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜନରାଜ୍ୟ ଦିବସରେ ପୁରସ୍କୃତ ହୋଇଥିଲେ। ବର୍ତ୍ତମାନ ସେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ। ଟ୍ୟୁସନ୍‍ରୁ ଫେରିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ଏକ କାର୍‍ରେ ଅପହରଣ କରିନେଇ ନିଶା ଦେଇ ଫାର୍ମରେ ବଳାତ୍କାର କରିଥିଲେ ଓ ପରେ ଅଚେତ ଅବସ୍ଥାରେ ସେହି ବସ୍‍ ଷ୍ଟପ୍‍ରେ ଛାଡ଼ି ପଳାଇଥିଲେ। ଏହି ଘଟଣାରେ ୮ରୁ ୧୦ଜଣ ସମ୍ପୃକ୍ତ ଥିବା ସୂଚନା ମିଳିଥିଲା। ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ରିୱାରୀ ମହିଳା ଥାନାରେ ଅଭିଯୋଗ କରିଥିଲେ; କିନ୍ତୁ ଏତଲା ରଖିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରିଥିଲା। ଅଭିଯୋଗ କରିବା ପାଇଁ ତାଙ୍କୁ ଥାନାରୁ ଥାନା ବୁଲିବାକୁ ପଡ଼ିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଦାୟିତ୍ୱ ରିୱାରୀର ଅତିରିକ୍ତ ଡିଜିଙ୍କୁ ଦିଆଯାଇଥିବା ଡିଜି ସାନ୍ଧୁ କହିଛନ୍ତି। ଅପରପକ୍ଷରେ ପୀଡ଼ିତାଙ୍କ ମଆ ଅଭିଯୋଗ କରିଛନ୍ତି ଯେ ଝିଅର ମାନସିକ ସ୍ଥିତି ଏବେ ଭଲ ନାହିଁ। ତା’ଛଡ଼ା ପୁଲିସର ଅବହେଳା ପାଇଁ ଅଭିଯୁକ୍ତମାନେ ଖସିଯିବାର ସୁଯୋଗ ପାଇଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories