www.samajalive.in
Monday, December 15, 2025
26.1 C
Bhubaneswar

ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟା ‘ୟାସ’ର ପ୍ରଭାବ

ଭୁବନେଶ୍ୱର : ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ କରିବା ପରେ ବାଲେଶ୍ୱର ଓ ଭଦ୍ରକ ଅତିକ୍ରମ କରିଛି। ଏହାପରେ ମୟୁରଭଞ୍ଜରେ ବର୍ତ୍ତମାନର ଏହାର ପ୍ରଭାବ ଦେଖାଯିବା ସହ ଭୀଷଣ ବର୍ଷା ହେଉଛି। ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖାଯାଇଛି। ବାହାନଗା,ରେମୁଣାର କିଛି ଅଞ୍ଚଳରେ ସମୁଦ୍ର ପାଣି ପ୍ରବେଶ କରିଛି। ବାଲେଶ୍ୱର ଓ ଭଦ୍ରକ ଜିଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ଗଛପଡି ଗମନାଗମନ ବନ୍ଦ ହୋଇଥିବା ବେଳେ ବାଲିଆପାଳ ଅଞ୍ଚଳରେ ଏନଡିଆଏଫ ଟିମ ଓ ଅଗ୍ନିଶର୍ମ କର୍ମଚାରୀ ଉଦ୍ଧାରକାରୀ ଦଳ ପହଞ୍ଚି ଗଛକଟା କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ପାତ୍ରପୁର, ଏମଆଇଜି ୧୩୧, ଉଦୟ ବିହାରରେ ମଧ୍ୟ ଗଛକଟା ଯାଉଛି। ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବିଶେଷ କ୍ଷତି ହୋଇ ନାହିଁ ବୋଲି ଜଣାପଡିଛି। ୩ଟି ଜିଲାରେ ସନ୍ଧ୍ୟା ସୁଦ୍ଧା ଗଛକଟା କାର୍ଯ୍ୟ ଶେଷ ହୋଇଯିବ।

ଭଦ୍ରକର ୩ ବ୍ଲକର ୩୫ ପଞ୍ଚାୟତର ତଳିଆ ଅଞ୍ଚଳରେ ଜଳ ଜମି ରହିଛି। ତିହିଡି,ଚାନ୍ଦବାଲି, ଧାମରା ବାସୁଦେବପୁର ବ୍ଲକର ଜଳରେ ପଞ୍ଚାୟତର ଲୋକେ ରହିଛନ୍ତି। ଏଠାରେ ବିଶେଷ ପ୍ରଭାବ ଦେଖାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଶତାଧିକ ଲୋକଙ୍କ ଘରେ ବର୍ଷା ଜଳ ପ୍ରବେଶ କରିଛି। ଭଦ୍ରକ ପୌରାଞ୍ଚଳର ୪ ଗୋଟି ୱାର୍ଡରେ ମଧ୍ୟ ଜମି ରହିଛି ଜଳ।

ବାତ୍ୟା ୟାସ ପ୍ରଭାବରେ ଶିମିଳିପାଳର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି ହୋଇ ଫ୍ଲାସଫ୍ଲଡ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଅନେକ କ୍ଷତିଗ୍ରସ୍ତ ସ୍ଥାନରେ ବିଦ୍ୟୁତ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଭଦ୍ରକ ଜିଲାରେ ପବନ କମିବା ପରେ ରାସ୍ତା କାମ ଆରମ୍ଭ ହୋଇଛି। ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡିଛି। ଅଧିକାଂଶ ଗ୍ରାମବାସୀ ବାତ୍ୟାର ଏଭଳି ରୂପ ପୂର୍ବରୁ ଦେଖିନଥିଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି।
ବର୍ତ୍ତମାନ କରୋନାର ଭୟ ରହିଥିବା ସଠିକ ନିୟମର ପାଳନ କରାଯିବା ସହ ସାମାଜିକ ଦୂରତା ରଖାଯାଉଛି। ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories