www.samajalive.in
Tuesday, December 9, 2025
19.1 C
Bhubaneswar

ଭାରତୀୟ ଔଷଧ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି

ଅହମଦାବାଦ,୨୫ା୫: ବିଶ୍ୱରେ କୋଭିଡ-୧୯ ମହାମାରୀକୁ ବାଦ୍‍ଦେଲେ ଅନ୍ୟାନ୍ୟ ରୋଗ ଚିକିତ୍ସା କ୍ଷେତ୍ରରେ ଔଷଧ ଓ ଆନୁଷଙ୍ଗିକ କ୍ଷେତ୍ରରେ ଭାରତ ସମେତ ଚୀନ, ବ୍ରାଜିଲ, ରୁଷିଆ ଆଦି ରାଷ୍ଟ୍ର ନେତୃତ୍ୱ ନେବେ ବୋଲି ଏକ ଆକଳନରେ କୁହାଯାଇଛି। ଭାରତର ସ୍ଥାନୀୟ ଉତ୍ପାଦନକାରୀମାନେ ଏ କ୍ଷେତ୍ରରେ ଆଗୁଆ ନିବେଶ ସହିତ ଫର୍ମୁଲେସନ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଅଗ୍ରଣୀ ରହିଛନ୍ତି। ଔଷଧ ଉତ୍ପାଦନ ପରିମାଣ ଦୃଷ୍ଟିରୁ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଏହା ମଧ୍ୟ ଅନ୍ୟତମ ଅଗ୍ରଣୀ ରପ୍ତାନିକାରୀ ରାଷ୍ଟ୍ର ଭାବରେ ଉଭା ହୋଇଛି। ଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ଆଣ୍ଟିବାୟୋଟିକ୍ସ, ଆଣ୍ଟି ଫଙ୍ଗାଲ, ଆଣ୍ଟି ଭାଇରାଲ, ଭିଟାମିନ, ସପ୍ଲିମେଣ୍ଟ, ସ୍କିନ, କାର୍ଡିଓଲୋଜି ଆଦି ବିଭାଗ ଅଧିକ ବ୍ୟବସାୟ କରୁଥିବା ଜଣାଯାଇଛି। ଏଭଳି ପରିସ୍ଥିତିରେ ଭାରତୀୟ ସ୍ୱାସ୍ଥ୍ୟଯତ୍ନ କମ୍ପାନୀ ଲିନ୍‍କନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ ୨୦୨୦-୨୧ ଆର୍ଥିକ ବର୍ଷ ଏବଂ ଉକ୍ତ ଆର୍ଥିକ ବର୍ଷର ଶେଷ ତିନିମାସରେ ବେଶ୍‍ ଦମ୍‍ଦାର ପ୍ରଦର୍ଶନ କରିଥିବା ଜଣାଯାଇଛି। କମ୍ପାନୀ ଲାଇଫଷ୍ଟାଇଲ ଏବଂ କ୍ରନିକ ବର୍ଗ, ବିଶେଷକରି ଡର୍ମାଟୋଲୋଜି, ଗ୍ୟାଷ୍ଟ୍ରୋ ଏବଂ ଯନ୍ତ୍ରଣା ଉପଶମ କ୍ଷେତ୍ରରେ ଏକ ମଜଭୁତ ପୋର୍ଟଫୋଲିଓ ନିର୍ମାଣ କରୁଛି, ଯାହା ରୋଗର ଅତିଶୟ ସ୍ଥିତିରେ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ବର୍ଗରେ କମ୍ପାନୀର ଦୃଢ ଉପସ୍ଥିତି ପାଇଁ ପରିପୂରକ ହୋଇପାରିବ। କମ୍ପାନୀ ତାହାର ଡର୍ମାଟୋଲୋଜି, ଗ୍ୟାଷ୍ଟ୍ରୋ ଏବଂ ଯନ୍ତ୍ରଣା ଉପଶମ ଉତ୍ପାଦକୁ ନେଇ ୨୦୨୨ ଆର୍ଥିକ ବର୍ଷରେ ଇୟୁ ବଜାରରେ ପ୍ରବେଶ କରିବା ଯୋଜନା କରିଛି। କମ୍ପାନୀ ସଂପ୍ରତି ୬୦ରୁ ଅଧିକ ରାଷ୍ଟ୍ରକୁ ରପ୍ତାନି କରୁଛି ଏବଂ ୯୦ରୁ ଅଧିକ ରାଷ୍ଟ୍ରକୁ ରପ୍ତାନି ସଂପ୍ରସାରଣ ଯୋଜନା କରିଛି। କମ୍ପାନୀ ୧୫ଟି ଚିକିତ୍ସା କ୍ଷେତ୍ରରେ ୬୦୦ରୁ ଅଧିକ ଫର୍ମୁଲେସନ ବିକଶିତ କରିଛି ଏବଂ ସଂକ୍ରମଣ ନିରୋଧୀ, ଶ୍ୱାସପ୍ରଶ୍ୱାସ ବ୍ୟବସ୍ଥା, ଗାଇନେକୋଲୋଜି, କାର୍ଡିଓ, ସିଏନଏସ, ବ୍ୟାକ୍‍ଟେରିଆ ନିରୋଧୀ, ମଧୁମେହ ପ୍ରତିଷେଧକ, ମ୍ୟାଲେରିଆ ଚିକିତ୍ସା ଆଦି କ୍ଷେତ୍ରରେ କମ୍ପାନୀର ମଜଭୁତ ଉତ୍ପାଦ/ବ୍ରାଣ୍ଡ୍‍ ପୋର୍ଟଫୋଲିଓ ରହିଛି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories