www.samajalive.in
Thursday, December 11, 2025
16.1 C
Bhubaneswar

୨୦ ବର୍ଷ ପରେ ଭିଟାମାଟିକୁ ଫେରିଲେ ସାମାଜିକ ବାଛନ୍ଦ ହୋଇଥିବା ପରିବାର

ଚାନ୍ଦିପୁଟ: ଭଲ ପାଇ ବିବାହ କରିବା ଯୋଗୁଁ ଗାଁରୁ ବାଛନ୍ଧ ହୋଇ ଯାଯାବର ଜୀବନଯାପନ କରୁଥିଲେ ଗୋଟିଏ ପରିବାର। ବର୍ଷେ ଦୁଇ ଦୁଇ ବର୍ଷ ନୁହେଁ ବରଂ ଦୀର୍ଘ ୨୦ ବର୍ଷ ଧରି ଗାଁ ଠାରୁ ବାହାରେ ଲୁଚି ଲୁଚି ରହି ଆସୁଥିଲେ l ଶେଷରେ ପୋଲିସ ସହାୟତା ରେ ଆଜି ସେହି ପରିବାର ନିଜ ଭିଟା ମାଟି ଗାଁକୁ ଫେରିଛି। ଗଜପତି ଜିଲ୍ଲା ମୋହନା ଥାନା ପିଣ୍ଡିକି ପଞ୍ଚାୟତ କିର୍ତିଙ୍ଗ ଗ୍ରାମର ଜର୍ଜ ପାଇକଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। ଆଜକୁ ୨୦ ବର୍ଷ ତଳେ ଜର୍ଜଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ତେଣୁ ସେ ନିଜ ଗାଁର ସମ୍ପର୍କୀୟ ଅନିତା ପାଇକଙ୍କୁ ପ୍ରେମ କରି ଦ୍ୱିତୀୟ ବିବାହ କରିଥିଲେ। ଏହାକୁ ବିରୋଧ କରିଥିଲେ ଜର୍ଜଙ୍କ ପରିବାର ଓ ଗ୍ରାମବାସୀ। ପ୍ରେମ ବିବାହ କରିବାରୁ ତାଙ୍କୁ ଗାଁରୁ ତଡ଼ି ଦେଇଥିଲେ। ଏହାପରେ ଉଭୟ ଜର୍ଜ ଓ ଅନିତାଙ୍କୁ ଏହି ସାମାନ୍ୟ ଭୁଲ ପାଇଁ ଗାଁରୁ ବାସନ୍ଦ କରାଯାଇଥିଲା। ସେବେଠାରୁ ଜର୍ଜ ଓ ଅନିତା ଦୁଃଖ କଷ୍ଟରେ ଗାଁକୁ ଗାଁ ବୁଲି ରହି ଆସୁଥିଲେ। ବର୍ତ୍ତମାନ ବାଗଡଙ୍କ ଗ୍ରାମରେ ଜର୍ଜ ତାଙ୍କ ସ୍ତ୍ରୀ ସମେତ ଦୁଇଟି ଝିଅ ଓ ଗୋଟିଏ ପୁଅ ଗାଁକୁ ଫେରିବାକୁ ବହୁବାର ଚେଷ୍ଟା କରିଛନ୍ତି। ହେଲେ ଯେତେବେଳେ ସେମାନେ ଗାଁକୁ ଆସୁଥିଲେ ସେତେବେଳେ ପରିବାର ଲୋକଙ୍କ ସହ କିଛି ଗ୍ରାମବାସୀ ତାଙ୍କୁ ମାଡ ମାରୁଥିଲେ ବୋଲି ଜର୍ଜ କହିଛନ୍ତି। ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଜର୍ଜ। ମୋହନା ପୋଲିସ ଏ ନେଇ ତଦନ୍ତ ଚଳାଇବା ସହ ଶାନ୍ତି ଶୃଙ୍ଗଳାର ସହ ପରିବାର ନିଜ ଗାଁକୁ କିଭଳି ଫେରିବେ ତାହାର ବ୍ୟବସ୍ଥା କରିବାରେ ଉଦ୍ୟମ କରାଯାଇଥିବା ବେଳେ ଆଜି ମୋହନା ଥାନାଧିକାରୀ ସଦଳବଳେ କିର୍ତ୍ତିଙ୍ଗ ଗ୍ରାମକୁ ଜର୍ଜ ଓ ତାଙ୍କ ପତ୍ନୀ ଅନିତାକୁ ସାଥିରେ ନେଇ ଗାଁକୁ ଫେରାଇ ଆଣିଥିଲେ।

ସେପଟେ ଜର୍ଜକୁ ଗାଁରୁ ବାସନ୍ଦ କରାଯାଇନାହିଁ ବରଂ ସେ ନିଜ ଭୁଲ୍ ଯୋଗୁଁ ଗାଁ ଛାଡି ଚାଲିଯାଇଥିବା ୱାର୍ଡ ମେମ୍ବର ବିସାନ୍ତ ପାଇକ କହିଛନ୍ତି। ଅନ୍ୟ ପକ୍ଷରେ ଗାଁରୁ ବାସନ୍ଦ ହୋଇ ୨୦ ବର୍ଷ ହେଲା ବାହାରେ ରହୁଥିବା ଜର୍ଜ ଗାଁକୁ ଫେରିବାକୁ ମୋହନା ଥାନାରେ ଗୁହାରୀ କରିଥିଲେ। ଗତ କିଛି ଦିନ ତଳେ ଗଜପତି ଏସପି ଓ ଆର ଉଦୟଗିରି ଏସଡିପିଓ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ କିର୍ତିଙ୍ଗ ଗାଁକୁ ଯାଇ ଜର୍ଜଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ବୁଝା ଶୁଝା କରିଥିଲେ। ଏହାପରେ ଆଜି ଜର୍ଜ ଓ ତାଙ୍କ ପରିବାରକୁ କିର୍ତ୍ତିଙ୍ଗ ଗାଁକୁ ଫେରାଇ ଅଣାଯିବା ସହ ମୋ ସରକାର ପକ୍ଷରୁ ତାଙ୍କୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories