www.samajalive.in
Saturday, December 13, 2025
26.1 C
Bhubaneswar

ସମାଜ ରିଲିଫ ଅନୁଷ୍ଠାନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଧାମନଗର: ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ପଞ୍ଚାୟର ବନ୍ୟା ଘେରରେ ଥିବା ବିଭିନ୍ନ ଗ୍ରାମର ଲୋକମାନଙ୍କୁ ସମାଜ ରିଲିଫ ଅନୁଷ୍ଠାନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ରବିବାର ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ଏବଂ ସାମ୍ବାଦିକମାନେ ସାମିଲ ହୋଇ ଏକ ପ୍ରତିନିଧି ଦଳ ରଇପୁର ପଞ୍ଚାୟତରେ ରିଲିଫ ସାମଗ୍ରୀ ନେଇ ପହଞ୍ଚିଥିଲେ। ବନ୍ୟା ଯୋଗୁ ଜଳବନ୍ଦୀ ହୋଇ ରହିଥିବା ପଞ୍ଚାୟତର କାଠ ମୁଣ୍ଡା, କାଠ ମୁଣ୍ଡା ପାଳ, ମଠ ସାହି, ବାଙ୍କ ସାହି, ନିଧି ବିନ୍ଧା, ଯମୁନା ପାଳ, ହରିଜନ ସାହି, ମଉଦପୁର, ମାହାଲ ସାହି, ଆରଣ ସାହି ଆଦି ବିଭିନ୍ନ ୱାର୍ଡର ୭୫୦ରୁ ଅଧିକ ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କୁ ଚୁଡା, ବିସ୍କୁଟ, ଅମୁଲ, ଚିନି ଆଦି ବିଭିନ୍ନ ଖାଦ୍ୟ ସାମଗ୍ରୀ ପୁଡ଼ିଆ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଜଗତାନନ୍ଦ ସେଠୀ ଏବଂ ଗ୍ରାମର ଯୁବ ନେତୃତ୍ୱ ସହଯୋଗ କରିଥିଲେ। ପ୍ରତିନିଧି ଦଳ ମଧ୍ୟରେ ସାମ୍ବାଦିକ କିଷାନ ରାଉତ ଏବଂ ପ୍ରଦୀପ ମହାପାତ୍ର ସାମାଜିକ କର୍ମୀ ବସନ୍ତ ରାଉତ, ମାନସ ସାହୁ, ମଧୁସୂଦନ ପରିଡା, ସମ୍ବାଦଦାତା ଦୀନବନ୍ଧୁ ଦାଶ ଏବଂ ପ୍ରତାପ ଆନ୍ଦିଆ ପ୍ରମୁଖ ସାମିଲ ହୋଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories