www.samajalive.in
Saturday, December 6, 2025
19.1 C
Bhubaneswar

ଆଦ୍ୟ ଶୈଶବ ଶିକ୍ଷା ଓ ଯତ୍ନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବାଙ୍କୀ: ଡମପଡା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ସେକ୍ଟରରେ ସଞ୍ଚାଳିତ ହେଉଥିବା ଆଦ୍ୟ ଶୈଶବ ଶିକ୍ଷା ଓ ଯତ୍ନ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଅଙ୍ଗନୱାଡି କର୍ମୀଙ୍କୁ ପ୍ରଦାନ କରାଯାଉଥିବା ଶେଷ ପର୍ଯ୍ୟାୟ ପ୍ରଶିକ୍ଷଣ ସ୍ଥାନୀୟ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ହୋଇଥିଲା। ଭାରପ୍ରାପ୍ତ ସିଡିପିଓ ଫୁୁଲରାଣୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ସୁପରଭାଇଜର ଆରତି ସାମଲ, ଛବିରାଣୀ ଗାଗାରାୟ, ଜ୍ୟୋର୍ତିମୟୀ ପ୍ରଧାନ ପ୍ରମୁଖ ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଜନ୍ମରୁ ୩ବର୍ଷ ଶିଶୁର କିଭଳି ଯତ୍ନ ନିଆଯିବ ଏବଂ ୩ରୁ ୫ବର୍ଷ ମଧ୍ୟରେ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ଶିଶୁ କିଭଳି ଭଲଭାବରେ ସହଜରେ ପ୍ରାକ୍‍ ବିଦ୍ୟାଳୟ ଶିକ୍ଷା ଆହରଣ କରିବେ ଏବଂ ସୁସ୍ଥ ରହିବେ ସେ ସମ୍ପର୍କରେ ପ୍ରଶିକ୍ଷଣ କୌଶଳ ପ୍ରଦାନ କରାଯାଉଥିବା ସମ୍ପର୍କରେ ସିଡିପିଓ ପ୍ରକାଶ କରିଛନ୍ତି। ଶେଷ ଦିନରେ ଶିବିରରେ ଅରୁଣିମା କର୍ଣ୍ଣରର ଶିକ୍ଷା ଓ କେନ୍ଦ୍ରରେ ଏହାର ଉପଯୋଗିତାକୁ ଖେଳ, ଗୀତ, ଚିତ୍ର ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories