www.samajalive.in
Saturday, December 6, 2025
26.1 C
Bhubaneswar

ନୂତନ ସାଂସଦ ପ୍ରତିନିଧି ଚୟନ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ନୂତନ ସାଂସଦ ପ୍ରତିନିଧି ଭାବେ କୁମାର ସ୍ୱାମୀ କୌଶଲ୍ୟାଙ୍କୁ ଚୟନ କରି ବ୍ଲକର ଦାଇତ୍ୱ ଦିଆଯାଇଛି ।ଲୋକସଭା କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଙ୍କ ପତ୍ର ସଂଖ୍ୟା ୧୭/୮୦୫ ରେ ନଭେମ୍ବର ମାସ ୨୬ ତାରିଖରେ ବ୍ଲକ ଓ କୁମାର ସ୍ୱାମୀ କୌଶଲ୍ୟା ଙ୍କୁ ଚିଠି ପ୍ରେରଣ କରିଥିଲେ ।ଏହାକୁ ନେଇ ଆଜି କଂଗ୍ରେସ ଦଳୀୟ କର୍ମୀ ଓ ନେତା ପ୍ରାୟ ଦୁଇ ସହ ଉପସ୍ଥିତିରେ ଉତ୍ତରଣୀୟ ପକାଇ ସ୍ୱାଗତ କରିଥିଲେ ।ଏହାପରେ ବ୍ଲକରେ ବିଡ଼ିଓ ସୁଧାକରର ଇତଙ୍କୁ ସାଂସଦଙ୍କ ପତ୍ର ପ୍ରଦାନ କରିଥିଲେ । କୁମାର ସ୍ୱାମୀ କୌଶଲ୍ୟା ପ୍ରଥମେ ଯୁବ ସଭାପତି, ବ୍ଲକ ଉପସଭାପତି ଭାବେ ରହିଥିବା ପରେ ବର୍ତ୍ତମାନ ସାଂସଦ ପ୍ରତିନିଧି ଭାବେ ଚୟନ ହୋଇଛନ୍ତି ।ଏଥିରେ ଟାଉନ ସଭାପତି ସିହେଚ ନଗେଶ ରାଓ, ଦଳିତ ସେନାର ଜିଲା ଉପସଭାପତି ଚିତ ଗାଣ୍ଟ। ,ଦଳିତ ସେନାର ବ୍ଲକ ସଭାପତି ସାଧୁରାମ ପଲକିଆ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ଆଖିଆଗରେ ରଖି କର୍ମୀଙ୍କ ପଦବୀ ଅଦଳବଦଳ କରାଯାଇଥିବା ଜଣାପଡିଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories