www.samajalive.in
Sunday, December 7, 2025
14.1 C
Bhubaneswar

ମିଳୁନି ସରକାରୀ ରିଆତି ଚିନାବାଦାମ, ଚିନ୍ତାରେ ଚାଷୀ

ବାଙ୍କୀ: ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ। ଧାନ, ଆଖୁ ଓ ଚିନାବାଦାମ ସହିତ ପନିପରିବା ଚାଷରେ ଅଞ୍ଚଳର କ୍ଷାତି ରହିଛି। ପ୍ରୋତ୍ସାହନ ରାଶିର ଅଭାବ, ସରକାରୀ ତତ୍ପରତା ନଥିବା, ଚାଷୀ ସଚେତନ ଏବଂ ବଜାର ବ୍ୟବସ୍ଥା ନ ଥିବାରୁ ବାଙ୍କୀରେ ଆଖୁ ଚାଷ ବୁଡିଲାଣି। ଏବେ ଅନ୍ୟତମ ପ୍ରମୁଖ ଚାଷ ଚିନାବାଦାମ ପରିସ୍ଥିତି ସମାନ ସ୍ତରରେ। ବାଙ୍କୀ ବ୍ଲକର ବନ୍ଦାଳ, ସୁବର୍ଣ୍ଣପୁର, ରତାଗଡ, କନ୍ତପହଁରା, କଦଳୀବାଡି, ଓସ୍ତିଆ ଆଦି ପଞ୍ଚାୟତର ଶହଶହ ଚାଷୀ ଶୀତଦିନିଆ ଚିନାବାଦାମ ଚାଷରେ ବହୁ ଆର୍ଥିକ ସ୍ୱାବଲମ୍ବୀ ଥିଲା ବେଳେ ଏବେ ଏହି ଚାଷ ସରକାରୀ ରିଆତି ଚିନାବାଦାମ ଯୋଗାଣ କୃଷି ବିଭାଗ କରୁ ନ ଥିବାରୁ ବହୁ ଚାଷୀ ଚିନାବାଦାମ ଚାଷରେ ପଛରେ ପଡି ଆର୍ଥିକ କ୍ଷତି ସହିବାର ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ବିଗତ ବର୍ଷରେ ବାଙ୍କୀ କୃଷି ସୂଚନା କାର୍ଯ୍ୟାଳୟ ଅଧିନ ବିଭିନ୍ନ ଗ୍ରାମରେ ଚିନାବାଦାମ ଚାଷ ପାଇଁ ପ୍ରାୟ ୫୦୦ଏକର ଜମିକୁ କ୍ଷେତ୍ର ପ୍ରଦର୍ଶନ ପାଇଁ ରିଆତି ମଞ୍ଜି ଯୋଗାଣ କରାଯାଇଥିଲା। ବିଡମ୍ବନାର ବିଷୟ ରିଆତି ମଞ୍ଜି କୃଷି ବିଭାଗ ପକ୍ଷରୁ ସହଯୋଗ ନମିଳିବାରୁ ଉତ୍ସାହୀ ଚାଷୀ ଧାର କରଜ କରି ପଡୋଶୀ ଢେଙ୍କାନାଳ ଏବଂ ଶଙ୍କରପୁରରୁ ଚଢାଦରରେ ମଞ୍ଜି କିଣୁଛନ୍ତି। ସେହିପରି ଡମପଡା ବ୍ଲକ ଅଧିନ ଶିମିଳିପୁର, ହରିରାଜପୁର, କୁଶପଙ୍ଗି, ପାଥପୁର, ଭଗିପୁର, ବାଆଁରା, ଦୁଲଣାପୁର ଆଦି ପଞ୍ଚାୟତର ଶହସ୍ରାଧିକ ଚାଷୀ ବାଦାମ ଚାଷ ପାଇଁ ଉତ୍ସାହି ଥିବା ବେଳେ ଚଢାଦରରେ ବଜାରରୁ ମଞ୍ଜି କିଣିନପାରି ସରକାରୀ ରିଆତି ବିହନ ପାଇଁ ଚାହିଁ ବସିଥିବା ଅଞ୍ଚଳର ଚାଷୀ ଅଭିଯୋଗ ଆଣିଛନ୍ତି। ଏପରିକି ବହୁ ଚାଷୀ ଜମିଚାଷ କରି ମଞ୍ଜି ଅପେକ୍ଷାରେ। ଏ ସମ୍ପର୍କରେ ଡମପଡା କୃଷି ସୂଚନା କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ବି.ପି ରୋଜାଲିନ ଏବଂ ବାଙ୍କୀ କୃଷି ସୂଚନା କାର୍ଯ୍ୟାଳୟର ବ୍ଲକ କୃଷି ଅଧିକାରୀ ସୁବ୍ରତ ପାଢୀଙ୍କ ସହ ଯୋଗା ଯୋଗ କରିବାରୁ ଉଭୟ ବ୍ଲକର ପ୍ରାୟ ୧୨୦୦ଏକର ଜମିରେ ଚିନାବାଦାମ ଚାଷ ପାଇଁ ରିଆତି ବିହନ ସରକାରୀ ଧାର୍ଯ୍ୟଦରରେ ଚାଷୀଙ୍କୁ ଯୋଗାଇବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଗୋଚର କରାଯାଇଛି। ଅନୁମତି ଏବଂ ରିଆତି ବିହନ ବିଭାଗ ପକ୍ଷରୁ ଯୋଗାଣ ଆସିଲେ ଚାଷୀମାନଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ବାଙ୍କୀ ଅଞ୍ଚଳର ପୂର୍ବରୁ ବ୍ୟାପକ ଚିନାବାଦାମ ଚାଷର ସଫଳତା ଦୃଷ୍ଟିରୁ ଯଥାଶୀଘ୍ର ଚାଷୀଙ୍କୁ ବିହନ ଯୋଗାଣ ପାଇଁ ଅଞ୍ଚଳର ଚାଷୀମାନେ ଅନୁରୋଧ ଜଣାଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories