www.samajalive.in
Saturday, December 6, 2025
16.1 C
Bhubaneswar

ଆଇନଜୀବୀ ପାଲଟିଲେ ସୁପରସ୍ପ୍ରେଡର‌‌‌; ଫୁଲବାଣୀ ସହର ହେଲା କଣ୍ଟେନ୍‌ମେଣ୍ଟ ଜୋନ୍, ଉପକଣ୍ଠ ଗ୍ରାମଗୁଡ଼ିକ ବଫର୍‌ ଜୋନ୍

ଫୁଲବାଣୀ: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ଫୁଲବାଣୀ ସହରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଏବଂ ଏହାର ଉପକଣ୍ଠଗ୍ରାମଗୁଡ଼ିକୁ ବଫର୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଏହି ନିୟମ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ଆକ୍ରାନ୍ତ ଆଇନଜୀବୀଙ୍କୁ ନେଇ ଫୁଲବାଣୀ ସହରରେ ଆତଙ୍କ ଖେଳିଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଇନଜୀବୀ ଫୁଲବାଣୀ ସହରର ପ୍ରାୟ ସବୁ ଅଞ୍ଚଳକୁ ଯିବାଆସିବା କରିବା ସହିତ ଲୋକଙ୍କ ସହିତ ସିଧାସଳଖ ମିଳାମିଶା କରୁଥିଲେ ଜଣାପଡ଼ିଛି। ଫଳରେ ଏହାକୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ଆଇନ୍‌ଜୀବୀ ଜଣକ ସୁପରସ୍ପ୍ରେଡର ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ସହରରେ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୱାର୍ଡ ନଂ ୨କୁ ଛାଡ଼ି ଅନ୍ୟ ସବୁ ୱାର୍ଡକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଏବଂ ଏହାର ଉପକଣ୍ଠ ଗ୍ରାମଗୁଡ଼ିକୁ ବଫର୍‌ ଜୋନ୍ ଘୋଷଣା କରାଯାଇଛି। ଫୁଲବାଣୀ ସହରରକୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି।


କନ୍ଧମାଳ ଜିଲା ବାଲିଗୁଡ଼ା ଅନ୍ତର୍ଗତ ପଣସପଡ଼ିର ଜନୈକ ଆଇନଜୀବୀଙ୍କ ଆଣ୍ଟିଜେନ୍ ଟେଷ୍ଟରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ ଆଇନଜୀବୀଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ସାଙ୍ଗକୁ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ ଫୁଲବାଣୀ ପୌର ପରିଷଦର ସମସ୍ତ ଅଞ୍ଚଳକୁ ସେ ନିୟମିତ ଭାବରେ ଯିବାଆସିବା କରୁଥିଲେ। ଉଭୟେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସେ ଜଣ ଜଣ କରି ବହୁ ବ୍ୟକ୍ତିଙ୍କ ସହିତ ମିଳାମିଶା କରୁଥିଲେ। କରୋନା ଆକ୍ରାନ୍ତ ଆଇନଜୀବୀଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ସାଙ୍ଗକୁ କଣ୍ଟାକ୍ଟ ଟ୍ରେସିଂକୁ ଆଧାରରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଫୁଲବାଣୀ ପୌର ପରିଷଦକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ତେବେ ପୌର ପରିଷଦର ୱାର୍ଡ ନଂ ୨ ତଥା ଡାମିଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ସାମିଲ କରାଯାଇନାହିଁ। ୱାର୍ଡ ନଂ ୨ ବ୍ୟତୀତ ପୌର ପରିଷଦର ଅନ୍ୟ ସମସ୍ତ ୱାର୍ଡଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଜିଲାପାଳ ଘୋଷଣା କରିଛନ୍ତି।

- Advertisement -

 

ଏଥି ସହିତ ସେହିପରି ଫୁଲବାଣୀ ପୌର ପରିଷଦର ଉପକଣ୍ଠ ଗ୍ରାମଗୁଡ଼ିକ ଯଥା ସାର୍ତ୍ତାଗୁଡ଼ା, କୁମ୍ଭାରଗୁଡ଼ା, ଲେଙ୍ଗେର ସାହି, ତେରାଗୁଡ଼ା, ଗୁଦାରି, ସାଇନିପଡ଼ା, ଆଇଟିଆଇ ଛକ ଓ ସୁଲୁକେଡି ଅଞ୍ଚଳକୁ ଜିଲାପାଳ ବଫର ଜୋନ୍ ଭାବେ ଘୋଷଣା କରିଛନ୍ତି।
କଣ୍ଟେନ୍ମେଣ୍ଟ ଜୋନ୍ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଯେ କୌଣସି ପରିସ୍ଥିରେ ଘରୁ ବାହାରକୁ ନବାହାରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି, ଅନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ମଧ୍ୟ କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଚଳକୁ ପ୍ରବେଶ ନିଷେଧ କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନିଜ ନିଜ ଘର ନିକଟରେ ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ ବୋଲି ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories