www.samajalive.in
Friday, December 5, 2025
27.1 C
Bhubaneswar

ପିପିଇ କିଟ୍ ମାନ ଯାଞ୍ଚ କରିବ ସିପେଟ୍: ଏନ୍ଏବିଏଲ୍ କଲା ଅନୁମୋଦନ

ଭୁବନେଶ୍ବର :ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ପେଟ୍ରୋ ରାସାୟନିକ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ (ସିପେଟ)ର ସଫଳତାର ଫର୍ଦ୍ଦରେ ଆଉ ଏକ କୃତିତ୍ବ ଯୋଡି ହୋଇଛି । ଏଣିକି ସିପେଟ୍‌  ରାଜ୍ୟକୁ ଆସୁଥିବା ପିପିଇ କିଟର ଯାଞ୍ଚ ସହ ତାହାର ପ୍ରମାଣପତ୍ର ପ୍ରଦାନ କରିବ । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ଅଧୀନସ୍ଥ ଏହି ସଂସ୍ଥାକୁ ରାଷ୍ଟ୍ରୀୟ ପରୀକ୍ଷଣ ଏବଂ ଯାଞ୍ଚ ପରୀକ୍ଷାଗାର ବୋର୍ଡ (ଏନଏବିଏଲ) ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। ଏହାଫଳରେ ସିପେଟ୍‌ ଭୁବନେଶ୍ବର
ପିପିଇ କିଟ୍‌ରେ ଆସୁଥିବା ଗ୍ଲୋବ୍ସ, କଭର ଅଲ, ଫେସ ସିଲ୍ଡ ଏବଂ ଚଷମା ତଥା ଆନ୍ତର୍ଜାତିକ ମାନକ ଅନୁରୂପ ତ୍ରିସ୍ତରୀୟ ମେଡିକାଲ ମାସ୍କ ଆଦିର ଯାଞ୍ଚ କରିବ।
ପୂର୍ବରୁ ସିପେଟ୍‌ ପିପିଇ କିଟ ଯାଞ୍ଚ କରିବାର ସୁବିଧା ବିକଶିତ କରିବା ପରେ ଏହାକୁ ମାନ୍ୟତା ପ୍ରଦାନ କରିବା ପାଇଁ ଭୁବନେଶ୍ୱରସ୍ଥିତ ଆଇପିଇଟି କେନ୍ଦ୍ର ଏନଏଏସଏଲକୁ ଆବେଦନ କରିଥିଲା, ଯାହାକୁ ଏବେ ମଞ୍ଜୁରି ମିଳିଛି । ଅନ୍ୟପକ୍ଷରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ସିପେଟ୍‌ ଭୁବନେଶ୍ୱରକୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦେଶ ସେବା ସହିତ ମେକ ଇନ ଇଣ୍ଡିଆ ଉପରେ ଜୋର ଦେଇ ଏମଏସଏମଇକୁ ସାହାଯ୍ୟ କରିବା ନିମନ୍ତେ ଗତିବିଧି ତ୍ବରାନ୍ବିତ କରିବା ପାଇଁ ଶ୍ରୀ ଗୌଡା ନିବେଦନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ/ ଆଇଏସଓର ମାର୍ଗଦର୍ଶିକା ଅନୁଯାୟୀ ସିପେଟ୍‌ ପକ୍ଷରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଓ ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories