www.samajalive.in
Friday, December 5, 2025
27.1 C
Bhubaneswar

ଚମକୁଛି ରୁପା: ୭ ବର୍ଷ ପରେ ସର୍ବୋଚ୍ଚସ୍ତରରେ ରୁପା ମୂଲ୍ୟ

ମୁମ୍ବଇ : ଘରୋଇ ବଜାରରେ ସୁନା ଦରରେ ବୃଦ୍ଧି ହେବା ସହିତ ଶେଷରେ ରୂପା ଦର ମଧ୍ୟ ବୃଦ୍ଧି ହେବା ଦେଖାଯାଇଛି। ଭାରତୀୟ ବଜାରରେ ସେପ୍ଟେମ୍ବର ୨୦୧୩ପରଠାରୁ ରୂପା ଦର ବୃଦ୍ଧି ସର୍ବାଧିକ ସ୍ତର ରେକର୍ଡ କରିଛି। ମୁମ୍ବଇର ଜାଭେରୀ ବଜାରରେ ବର୍ତ୍ତମାନ ରୂପା ମୂଲ୍ୟ ୫୨,୧୯୫ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି, ଯାହା ପୂର୍ବ ମୂଲ୍ୟଠାରୁ ୮୪୦ ଟଙ୍କା ଅଧିକ। ଏପ୍ରିଲ୍ ୨୦୧୧ରେ, ଭାରତରେ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୭୫ହଜାର ଟଙ୍କାରେ ପହଞ୍ଚିଥିଲା।

ତେବେ ରୂପାର ହୋଲସେଲ ମୂଲ୍ୟ ୩ ପ୍ରତିଶତ ଦ୍ରବ୍ୟ ଏବଂ ସେବା କର ସହିତ କିଲୋଗ୍ରାମରେ ୫୩,୭୬୦ ଟଙ୍କାକୁ ବୃଦ୍ଧି ପାଇଛି। ବଜାରରେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମକୁ ୪୯,୦୫୩ ଟଙ୍କା ରହିଛି। ବର୍ତ୍ତମାନ ବଜାରରେ ରୂପା ଚାହିଦା ସୁନା ଅପେକ୍ଷା ଭଲ ଥିବା ଦେଖାଯାଉଛି। ଏପ୍ରିଲ ଆରମ୍ଭରୁ ରୂପା ମୂଲ୍ୟ ୩୩.୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଭାରତରେ କେବଳ ଜୁଲାଇ ମାସରେ ଏହା ୭.୪ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲରୁ ରୂପା ତୁଳନାରେ ସୁନା ଦର ଦୁର୍ବଳ ଥିଲା କିନ୍ତୁ ୨୦୨୦ରେ ଏପର୍ୟ୍ୟନ୍ତ ସୁନା ମୂଲ୍ୟ ୨୫.୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ରୂପା ମୂଲ୍ୟ ୧୧୧.୯ପ୍ରତିଶତ ବୃଦ୍ଧି ପାଇଛି।

- Advertisement -

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଏପ୍ରିଲ-ଜୁନ୍ ତିନି ମାସରେ ୨୧୦୦ ଟନ୍ ରୂପା ଆମଦାନୀ ହୋଇଥିଲା। ଏହି ସମୟ ମଧ୍ୟରେ ସୁନା ଆମଦାନୀ ୧୦ ଟନରୁ ଅଧିକ ଥିଲା। ଗତ ବର୍ଷ ଜୁନ୍ ମାସରେ ପ୍ରାୟ ସମାନ ପରିମାଣ ଆମଦାନୀ ହୋଇଥିଲା। ଚଳିତ ବର୍ଷ ଜୁନ୍ ମାସରେ ରୂପା ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ବହୁତ ଅଧିକ ହୋଇଛି।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories